Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

4  

Santosh Kumar Ojha

Others

ଗୋଦରା

ଗୋଦରା

1 min
311


ପରାଧିନତାର ଶୃଙ୍ଖଳ ଛିଣ୍ଡେଇ

ଆମେ ବୁଲୁ ଥିଲେ ପଦାରେ  

ସେ ଦେଶର ଶିଶୁ ମାଆକୁ ହରେଇ

କାନ୍ଦୁ ଥିଲା ବସି 

ବହ୍ନିର ବାରୁଦ ଗଦାରେ ।

ପଞ୍ଚସ୍ତରି ବର୍ଶ ପରେ ସେଇ ଦେଶ

ରାଇଜେ ହେଉଛି ଧନୀରେ ଗଣା  

ଆମେ ଖୋଜୁ ଅଛୁ ଭତ୍ତା ଓ ଭାତିଆ

ସରକାରୀ ଡାଲି ଅଣ୍ଡା ମାଗଣା ।

ସେ ଦେଶ ଜନତା ବଡ଼ ସ୍ୱାଭିମାନୀ

ଛୁଞ୍ଚି ବି କିଣେନି ଦେଶ ବାହାରୁ  

ଆମେ କିଣୁ ଅଛୁ ବିଦେଶୀ ଦରବ

ଦେଶ ପ୍ରେମୀ କହି ଫୁଟାଣି ମାରୁ ।

ସିଂହ ତ ସାହସୀ ବାଘ ତ ବୁଦ୍ଧିଆ

ଦେହ ଖରାପରେ ଶାଗ ଖାଉଛୁ  

"ଆଚ୍ଛା ଦିନ" କହି ପିଚ୍ଛା ଧରୁ ଯାଇ

ପ୍ରଗତି ନାଆଁରେ ପାଗ ଭିଡ଼ୁଛୁ ।

ସ୍ୱାଧୀନ ଭାରତ କହି ବୁଲୁ ଅଛୁ

ଭାରତୀକୁ ମିଳି ନାହିଁ ସ୍ୱାଧୀନ  

ନାରୀ ଆଗେଇଲେ ଦେଶ ଆଗେଇବ

ଭରତ ଦେଉଛି ଲମ୍ବା ଭାଷଣ ।

ଇଚ୍ଛାଧାରୀ ନାଗ ନାଗୁଣୀ ଖୋଜୁଛି

କେଳା ହରାଉଛି ତୁଚ୍ଛ ଜୀବନ 

କେଲୁଣୀକୁ ମିଳେ ଅସହାୟ ଭତ୍ତା

ପ୍ରତିଦାନେ ଝିଅ ଦିଏ ଯୌବନ ।

କରଜ ପଇସା ଶୁଝି ନପାରିକି

ଚାଷୀ କରେ ନିତି ଆତ୍ମହତ୍ୟା  

ନେତାଙ୍କ କଥାରେ ପାଣିପାଗ ଚାଲେ

ଫି' ବର୍ଷ ଆସେ ମହାବାତ୍ୟା ।

ଅଣ୍ଡା ମଣ୍ଡା  ଭଣ୍ଡା ସବୁତ ଖାଇଛୁ

ପଣ୍ଡା କଥା କିଆଁ ମାନିବୁ ନାହିଁ ?

ଧଣ୍ଡ ହେଇ ଯେବେ ବେଙ୍ଗ ଗିଳି ଅଛୁ

ଝଣ୍ଡା ଧରି ଚାଲ ଦଣ୍ଡ ମୁଣ୍ଡେଇ ।

ସ୍ୱର ତାଳ ଲୟ ଲୋଡ଼ା ନାହିଁ ଆୟ

ଗାଇ ଚାଲ ମିଶି ସ୍ୱାଧୀନ ଗୀତି 

ବରଷକୁ ଥରେ ଗାଇ ଦେଲା ପରେ

ଦୁନିଆଁ ଜାଣିବ ସ୍ୱଦେଶ ପ୍ରୀତି ।

ଗୋଦରାକୁ ଚାହିଁ ଗୋଦରୀ କହୁଛି

ହାଣୁଛି ଯେତିକି ମାଡ଼ୁଛୁ ସେତେ  

ହାକିମ ଯାଇଛି ହୁକୁମ୍ ଯାଇନି

ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ?

ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନ

ସ୍ୱାଧୀନ ଭାରତ ଗାଅରେ  

ଆମରି ନାଆରେ ଆମେ ତ ନାଉରି

ବାକି କଥା ଭୁଲି ଯାଅରେ ।

ଫୁଙ୍ଗୁଳା ଦେହରେ ମୋ ଦେଶର ଶିଶୁ

ଗାଉଛି ସ୍ୱାଧୀନ ସଙ୍ଗୀତ  

ଗରିବରେ ଥାଇ ଗର୍ବରେ କହେ

ମୋ ଦେଶ ସ୍ୱାଧୀନ ଭାରତ ।

ମୋ ଦେଶ ମହାନ ଭାରତ ।



Rate this content
Log in