ଘର ର ଘେର ରେ
ଘର ର ଘେର ରେ
1 min
177
ଉପର ଓ ତଳ ମାଟି
କ୍ରମେ ସଂକୁଚିତ ହେଇ ଆସୁଥାଏ
ପେଷି ହେଇ ଯାଉଥାଏ
ଘର ଭିତର ର ମଣିଷ
ମାସ ମଧ୍ୟ ଭାଗ ରୁ
ହଜି ଯାଉ ଥାଏ ଆୟୂଷ ।
ବିକଳ ଆକାଂକ୍ଷା ସବି ଚିତ଼କାର କରୁଥାନ୍ତି
ତାରୁଣ୍ୟ ନଷ୍ଟ ହେଲା ପରି
ଅଭାବ ର ପ୍ରଚଣ୍ଡ ଗ୍ରୀଷ୍ମ ରେ
ଶଦ୍ଦ ହୀନ ପକେଟ଼
ଉଦାହରଣ ହେଇ ଝୁଲୁଥାଏ
ଆମ ସମୟ ର ପରିଚିତ
ବଖରା ଗୁଡ଼ିକ ରେ ॥
ନିଅଣ୍ଟିଆ ଘୋଷଡ଼ା ରେ
କ୍ଷତାକ୍ତ ହେଉ ଥିଲେ ମଧ୍ୟ
ଘର ଚିତ୍ରିତ ପୃଷ୍ଠା ପରି ହସୁଥାଏ
ମାତ୍ର ଘର ର ଘେର ରୁ
ମୁକ୍ତି ଲଭିବା ର ସାହସ
ମଣିଷ ଏଯାବତ଼ ରଖି ପାରିନି ॥
ଘରକୁ ଘାରିଥାଏ ନିଶା
ଘୋର ର ନିଶା ॥
ନିବିଡ଼ତା ଭିତର ଘର ଭିତରେ
ହଜୁ ଥାଏ ମଣିଷ କ୍ରମଶଃ .......
