STORYMIRROR

Panchanan Jena

Others

3  

Panchanan Jena

Others

ଗଡ଼ିବ ତିନି ରଥ

ଗଡ଼ିବ ତିନି ରଥ

1 min
53

କଳା ଠାକୁର ମୋ କଳା ଠାକୁର

ଦୂରରୁ କରୁଛି ପଦ୍ମପାଦେ ଜୁହାର

କଳା ଠାକୁର ମୋ କଳା ଠାକୁର ( ଘୋଷା )

ଗଡିବ ତିନି ରଥ ବଡ଼ ଦାଣ୍ଡରେ ତୋର

ସର୍ବୋଚ୍ଛ ନ୍ୟାୟାଳୟ ଶେଷେ ତୋର କିଙ୍କର

ରଖିଲୁ ଟେକ ଜଗତ ଯାକ ତୁ କଳାକାର 

ଭାଇ ଭଉଣୀ ନେଇ ତୁ ଯିବୁ ମାଉସୀ ଘର

କଳା ଠାକୁର ମୋ ......୧


ଭକତ ବତ୍ସଳ ତୁହି ପୂର୍ଣ୍ଣବ୍ରହ୍ମ ନିରାକାର

ଭୂମୀ ଠାରୁ ଭୂମା ଯାଏଁ ବ୍ୟାପ୍ତି ନିରନ୍ତର

କରୋନାକାଳରେ ପୂରା ବିଶ୍ଵ ଥର ହର

ତୁ ଦେଖେଇ ଦେଲୁ ତୋ ଲୀଳା ସଚରାଚର

କଳା ଠାକୁର ମୋ.......୨


ସେବାୟତମାନେ ଟାଣିବେ ରଥକୁ ତୋର 

ଟିଭିରେ ଦେଖିବେ ଭକ୍ତ ଜଗତ ଯାକର

ଚଉବାହା ତୁହି ଚାତୁରୀଶ୍ଵର ମାୟାସାଗର

କାଳ କାଳକୁ ଘୋଷଯାତ୍ରା ହେଲା ହିଁ ତୋ'ର

କଳା ଠାକୁର. ମୋ .....୩


ମହାରଣାମାନଙ୍କ ପରିଶ୍ରମ ହେଲା ହିଁ ସାର

ତୁଳସୀ ଦୟଣା ଚନ୍ଦନ ଚାନ୍ଦୁଆ ପୁଷ୍ପକାର

ଅକ୍କାନ୍ତ ଘର୍ମାକ୍ତ ଭକ୍ତିର ଜୟ ଜୟକାର

ଉତ୍କଳ କୀରତୀ କିରୀଟ ବିରାଟ ବୀରବର

କଳା ଠାକୁର ମୋ.......୪


ପୁରୀକୁ ଗଡୁନି ଚକ ବସ ବାସ୍ପୀୟ ଶକଟର

ଶହେ ଚଉରାଳିଶ ଧାରା କବଳେ ପୂରା ନଗର

ଭକତ ଶୂନ୍ୟ ଶ୍ରୀମନ୍ଦିର ବଡ଼ଦାଣ୍ଡ ପରିସର

ତଥାପି ଓଡ଼ିଆ ଜିତିଛି ଖୁସିରେ ମସ୍ତିରେ ଘର ପୂର

କଳା ଠାକୁର ମୋ....୫


ଗଜପତି ନୃପତି ମାନ ସମ୍ମାନ ରଖିଲୁ ସାର

ରଥାଋଢ଼ ତୋତେ ଦେଖିବେ ଭକ୍ତ ପାମର

ବଳିୟାର ଭୁଜ ବାଙ୍କଚୂଳିଆ ହେ କ୍ଷମା ସାଗର

ତ୍ରାହି କର ରକ୍ଷାକର ଭୂତାଣୁ ସଂହାର କର

କଳା ଠାକୁର ମୋ --୬

କଳା ଠାକୁର ମୋ କଳା ଠାକୁର 

ଦୂରରୁ କରୁଛି ପଦ୍ମପାଦେ ଜୁହାର

ଯୋଜନୁ କରୁଛି ଯୋଡହସ୍ତେ ଜୁହାର

ଘଣ୍ଟ ଘୋଡେଇ ରଖିଥା ପାପି ପାମର ।



Rate this content
Log in