ଗୋଟିଏ ଜୀଵନ
ଗୋଟିଏ ଜୀଵନ
1 min
255
ଗୋଟିଏ ଜୀଵନ
ଅସରନ୍ତି ସ୍ୱପ୍ନ
ଆଶା ଅସୁମାରୀ
ଅମାନିଆ ମନ
ଖିଆଲେ ଖିଆଲେ
ପ୍ରୀତିର ସଂଧାନେ
ଜୀବନେ ପାଇଲି
ମୋଡ଼ ଭିନ୍ନ ଭିନ୍ନ
କିନ୍ତୁ ଏକି ହେଲା
କେମିତି ବନ୍ଧନ
ସ୍ଥିତି ଖୋଜୁ ଖୋଜୁ
ହେଲି ସନ୍ଦିହାନ
ଅସରାଏ ବର୍ଷା
ଚଗଲା ପବନ
ନୂଆର ପରଶେ
କାଳେ ଲିଭି ଯିବ
ସ୍ମୃତି ପଦଚିହ୍ନ
ତଥାପି ମାନୁଛି
ଆତ୍ମାର ଆହ୍ୱାନ
ବିଶ୍ୱାସେ ସମ୍ପର୍କ
ଏଇତ ଜୀବନ
