STORYMIRROR

Manorama Mohanty

Others

3  

Manorama Mohanty

Others

ଏଇ ମନେ ପ୍ରଶ୍ନ ଉଠେ

ଏଇ ମନେ ପ୍ରଶ୍ନ ଉଠେ

1 min
300


ମୋର ମନ ତଳେ 

କେତେ ପ୍ରଶ୍ନ ଖେଳେ 

   ଉତ୍ତର ପାଏନା ଖୋଜି, 

ତୁମ ଅନ୍ତରରେ 

ଏତେ ତାରତମ୍ୟ

   କିଏ ଅବା ଅଛି ସୃଜି ।

ତୁମ ମନେ ଖେଳେ 

ଆନନ୍ଦ ତରଙ୍ଗ 

   ସୀମା ସରହଦ ଡେଇଁ, 

ଦୁଃଖର ସାଗରେ 

ଆକୁଳେ ଚିତ୍କାରେ 

    ଡାକୁଛି ମୁଁ "ଭାଇ ଭାଇ "।

ପ୍ରଭୁଙ୍କ ଇଛାରେ 

ଗଢିଥିଲା ଆମ 

   ଭାଇ ଭଉଣୀର ଭାବ, 

ତୁମ ପ୍ରତିଭାର 

ପାଚେରୀ ଉଠାଇ 

    ରହିଛ ହୋଇ ନୀରବ ।

ତୁମ ପରି ଭାଇ 

ଯାଇଛି ମୁଁ ପାଇ 

    ସେ ପାଇଁ ଖୁସି ମୋ ମନ, 

ତଥାପି କାହିଁକି 

ମନେ ହୁଏ ମୋର 

    ଏ ସମ୍ପର୍କ ହେବ କି ଛିନ୍ନ ।

ପବିତ୍ରତା ଏଇ 

ଅମୂଲ୍ୟ ଭାବକୁ 

     କିଏ କଲା ବିକାକିଣା, 

ଅଧିକାର ମୋର 

ଛଡାଇ ନେଇକି 

    କଲା ସ୍ନେହ ଶ୍ରଦ୍ଧା ଉଣା ।

ସମୟ ର ସ୍ରୋତ 

ଉଜାଣି ବହୁଛି 

     ଓଲଟା ଏ ରୀତି ନୀତି, 

କୁଆର ବସା ରେ 

କୋଇଲି ଖୋଜୁଛି 

     ଜୀବନ ର ଇତିବୃତ୍ତି ।

ଛକା ପଞ୍ଝା ଖେଳେ 

ସମୟ ଏଠାରେ 

     ନିବୁଜ କରି ତା ଆଖି,

ସେଥିପାଇଁ"ହରି "

ହେ କଳା ଗୋସାଇଁ 

     ତୁମେ ଏକା ମୋର ସାକ୍ଷୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍