Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

3  

Manorama Mohanty

Others

ଏହି ଶ୍ରାବଣ ବର୍ଷାରେ

ଏହି ଶ୍ରାବଣ ବର୍ଷାରେ

1 min
157


ଏହି ଶ୍ରାବଣର ଅଜବ ବରଷା

ଗଜ ଗଜ ପଡେ ଝରି,

ବରଷି ଚାଲଇ ଝିପି ଝିପି ଝିପି

ବାରିଦର ବୁକୁ ଚିରି !


ପହିଲି ମୌସୁମୀ ପହିଲିଛୁଆଁରେ 

 ବିଜୁଳି ଝଲକ ନେଇ 

ଓହ୍ଲେଇ ଆସିଛି ଧରାକୁ ବରଷା

ପୁଲକିତ କରି ମହୀ !


ସାଇଁ ସାଇଁ ଵାଆ ବହୁଥାଏ ଗାଇ

କେତେ ଯେ ମଧୁର ଗୀତି

ହିମ ବାରିଝର ତାପକରି ଦୂର

ଦେଇଥାଏ କେତେ ପ୍ରୀତି |


ନିଦାଘ ର କଷ୍ଟ ସହିବା ମୁସ୍କିଲ 

ହେଉଥିଲା ପ୍ରାଣୀଙ୍କର 

ପହିଲି ବରଷା ଭରିଦେଲା ଆଶା

ଝରିଗଲା ଅନର୍ଗଳ |


ବିଜୁଳିରାଣୀ ର ଟମକ ବାଜାକୁ

ଢ଼ୋ ଢ଼ୋ ବଜ୍ର ପାତ,

ନଷ୍ଟ ହୁଏ କେତେ ଧନ ଓ ଜୀବନ

ଅସହ୍ୟ ତା'ର ଉତ୍ପାତ |


ଆନନ୍ଦରେ ଭେକ କଟର କଟର

ଛାଡିଲା କର୍କଶ ରଡି,

ବିଲ ଗୋହିରିରେ ଝିଙ୍କାରୀର ଶବ୍ଦ 

ଛାତି ଯାଉଅଛି ଥରି !


ଶୁଷ୍କ ପଲ୍ଲଵରେ ସଞ୍ଚରେ ଜୀବନ 

ନବ ପତ୍ର କଅଁଳଇ,

ନାଲି ଟୁକୁ ଟୁକୁ ସାଧବ ବୋହୁଟା 

ଚାଲେ ଥିରି ଥିରି ହୋଇ |


ବେଙ୍ଗ ଓ ବେଙ୍ଗୁଲି ସାରୁଗଛ ମୂଳେ

ହେଉଥାନ୍ତି ଗୋଡ଼ାଗୋଡି,

କଟର କଟର ବେସୁରା ସୁର ରେ

ଦେଉଥାନ୍ତି ହୁଳହୁଳି |


କ୍ଷେତ କାମ ପାଇଁ କୃଷକ ତତ୍ପର

ଆନନ୍ଦେ ଉଛୁଳେ ମନ

ପେଟ ଭରି କଂସେ ପଖାଳ ଖାଇ ସେ

କ୍ଷେତ କରେ ବେଉଷଣ |


ସବୁରି ମୂଳରେ ବର୍ଷା ହିଁ ମୁଖ୍ୟତଃ

ସୃଷ୍ଟିର ମଙ୍ଗଳକାରୀ,

ଜଳ ତା ବିହୁନେ ଜଳ ତା ଗହଳେ

ସେ ସାଜଇ ଧ୍ବଂସକାରୀ |


ବରଷା ଋତୁ ରେ ନାନାଦି ବିଭବେ

ଶୋଭାଦିଶେ ବସୁନ୍ଧରା

କିଆ ଓ କେତକୀ କେତେ ଜାତି ଫୁଲ

ବାସ୍ନା ଯାହାର ନିଆରା |


ନାନା ଓଷାବ୍ରତ ଓହ୍ଲାନ୍ତି ଧରାକୁ 

ଏକ ହାତ ଆନ ଧରି,

ଯେଝା ପରମ୍ପରା ପାଳି ନରନାରୀ 

ପୂଜନ୍ତି ଦେବତା ସ୍ମରି |


Rate this content
Log in