STORYMIRROR

Baishnaba Bhoi

Others

2  

Baishnaba Bhoi

Others

ଦଳିତ ଶିଶୁ

ଦଳିତ ଶିଶୁ

1 min
556


ମୋ ମାଆର ପଣତ

ଆଶ୍ରା ଦିନ ରାତି

ହାତରେ ନ ହେଲେ

କାମୁଡି ଧରେ ।

ସ୍କୁଲ ଗଲି

ଆଂଗନ ବାଡି ଛାଡି,

ଡର ଲାଗିଗଲା

ସଫାସୁତୁରା

ପିଲାଂକ ପୋଷାକ ଦେଖି

ଶିକ୍ଷକ ମୋତେ ପଚାରିଲେ

ବାପାଙ୍କ ନାମ ।

ପାଠ କଣ ଜାଣିବା ଆଗରୁ

ମାଡ ପରେ ମାଡ ।


Rate this content
Log in