STORYMIRROR

Panchanan Jena

Others

4  

Panchanan Jena

Others

ଦ୍ଵିତୀୟ ପାଳି

ଦ୍ଵିତୀୟ ପାଳି

1 min
395


କୁଣ୍ଡରେ ରୋଗା ଗେଣ୍ଡୁ ଚାରା ଟେ 

ବାପା ହାଟରୁ ଆଣି ରୋପିଲେ ଥାଟେ

ଫୁଲଟେ ଫୁଟିଲା ଦିନେ ମୁରୁକି

ଅନୁଭବ ହେଲା 

ମହକିତ ପଲ୍ଲବିତ ପୃଥିବୀ ସରିକି

ଚଗଲା ପବନ ନିତି ଚୁମି ଯାଏ

ପ୍ରେମୀକ ଭଅଁର ନିତି ଛୁଇଁ ଯାଏ

ଚହଲି ଦୋହଲି ଯାଏ 

ଫୁଲେଇ ଫୁଲର ଫୁଲମନ

ଛନଛନ କନକନ ମନ ଭପବନ

ଏହା କ'ଣ ଯୌବନର ଦ୍ୱିତୀୟ ପାଳି ଚୟନ

ଚନ୍ଦନ ଚର୍ଚ୍ଚିତ ଯାଦୁକରୀ ସମ୍ବୋହନ ?


ବୋଉ ଲଗେଇ ଥିଲା 

ଟଗର ଗଛର ଡ଼େମ୍ଫେ ଡାଳ

ଝୁମୁକା ନାଲି ମନ୍ଦାରରୁ କେଇ ପଳ

ଗୋବର ମୁଣ୍ଡରେ ଟୋପି କରି 

ଗାତ ଖୋଳି ପୋତିଥିଲା ସହଳ ଚଞ୍ଚଳ

ଆଣିଥିଲା ଅଜା ଘରୁ ଏ ସନ

କହୁଥିଲା ତାର ପିଲାଦିନର ସାଥି ପ୍ରୀୟଜନ

ସକାଳୁ ଫୁଲ ତୋଳାବେଳେ 

କେତେ ମୃଦୁ ଗୁଞ୍ଜନ 

ଅତୀତ ସଂପର୍କର କାୟମନ

ପାଣି ପାଇ ଦିନୁ ଦିନ

କଞ୍ଚେଭଲା ଗଜୁରିଲା ଖେଳି 

ଡାଳ ପତ୍ର ଡେମ୍ଫ ଦାନ

ସବୁଜ ବିପ୍ଳବର ଅନନ୍ୟ ସନ୍ଦର୍ଶନ

ଅନୁଭବ ହେଲା

ବୋଉ ଆଜିକାଲି ଗୁଣୁ ଗୁଣେଇ 

ମନେ ମନେ ଗାଉଛି

ମହୁ ମାଛି ପରି ବ୍ୟସ୍ତତା ଭିତରେ

ବି ଖୁସି ଝଲସୁଛି

ଧଳା ବାଳ ଦିଶୁଥିଲେ ବି ମଥାରେ

ବୟସର ଅପରାହ୍ନ ମୁଁହରେ ଚେହେରାରେ

କିଛି ଫରକ ପଡୁନି

ବରଂ 

ଖୁସିର ଝଲକ ଚାଲିରେ

କାନ୍ତିର ମହକ ଖାଲିରେ

ମସ୍ତିର ଫଳକ ବାଣିରେ

ତୃପ୍ତିର ସନ୍ତକ ଠାଣିରେ

ଶାନ୍ତିର ସ୍ତବକ ରନ୍ଧାରେ

ହସର ଚପଳ ଛନ୍ଦାରେ

ଏହା କ'ଣ ଯୌବନର ଦ୍ୱିତୀୟ ପାଳି ଆଗମନ 

ପ୍ରକୃତିର କୋଳେ ମେଳେ

ଖିଲି ଖିଲି ଖେଳେ ଆସକ୍ତ ଶିହରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍