STORYMIRROR

Pramit Mohapatra

Others

2  

Pramit Mohapatra

Others

ଦୀପଦାନ

ଦୀପଦାନ

1 min
13.5K


ଦୀପଦାନ ସମୟ ସେ

ହେଲା ଉପନୀତ,

ତା' ସାଥେ ଚାଲିଛି ଏଣେ

ମୃଦୁ ବୃଷ୍ଟିପାତ।

ଆସ ମୋ' ପୂର୍ବଜ କରେ

ଅନ୍ତରୁ ସ୍ବାଗତ,

ଧନ୍ୟ ହେବ ତୁମ୍ଭ ସ୍ପର୍ଶେ

ଆଜି ଏ' ମରତ।

ଅନ୍ଧକାରୁ ଆସି ତୁମେ

ପ୍ରବେଶ ଉଜ୍ଜଳେ,

ସଜାଡ଼ିଛୁ ତୁମ ପଥ

ନିଜ ଶକ୍ତି ବଳେ।

କେତେ ସେ ଆଲୁଅ କେତେ

ଦୀପ ପ୍ରଜ୍ଵଳିତ,

ପୁତ୍ର, ପୌତ୍ର ପ୍ରପୌତ୍ର ହେ

କରନ୍ତି ସ୍ବାଗତ।

ଶରଧା ମନରେ ଘେନ

ଆମ ଶ୍ରଦ୍ଧା-ସ୍ନେହ,

ଶୁଭାଶିଷ କରେ ଭିକ୍ଷା

ତୃଷାର୍ତ୍ତ ହୃଦୟ।

ମୁନ୍ନା ଭାଇ, ଗୁଣପୁର।


Rate this content
Log in