Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Others

3  

Pravatirani Mohanty

Others

ଧୀରେ ଧୀରେ

ଧୀରେ ଧୀରେ

1 min
130



ଧୀରେ ଧୀରେ କରି ବିଦାୟ ନେଉଛି

ଦୁଇ ହଜାର ତେଇଶି

ଜଣଙ୍କୁ ବିଦାୟ ଜଣ କୁ ସ୍ୱାଗତ

 କିଛି ଲୁହ କିଛି ଖୁସି

ବିଦାୟ ଦୀପାଳି ଜଳୁଛି ହୃଦୟେ

ଦୁଇ ହାତେ ଅର୍ଘ୍ୟଥାଳି

ଦ୍ୱାରେଦ୍ୱାରେ ସଜାହୁଏ ପୂର୍ଣ୍ଣ କୁମ୍ଭ

ଧୂପ ଦୀପ ହୁଳ ହୁଳି

ଆସିବା ଓ ଯିବା ନିୟତି ନିୟମ

ସୁଖଦୁଃଖ ଭଲମନ୍ଦ

ହସ କାନ୍ଦ ଜନ୍ମ ମୃତ ର ରହସ୍ୟ

ଏହିତ ସୃଷ୍ଟିର ଭେଦ

ଆଜି କଥା କାଲି ବିଗତ ଅତୀତ

କାଲି ତ ଆଜିକୁ ନୁଆ

ନୁଆ ସମ୍ପର୍କର ନୁଆ ସକାଳରେ 

ଭାବ କେତେ ଦିଆନିଆ

ନୁଆ ଓ ପୁରୁଣା ନେଇ ଏ ସମୟ 

ଧୀରେ ଧୀରେ ଯାଏ ବହି

ବିଦାୟ ହେ ବନ୍ଧୁ ସ୍ୱାଗତ ବେଳରେ

ମନ ଦୁଃଖ କର ନାହିଁ

ଯୋଡ଼ା ହେବ ଏବେ ନୁଆ ଇତିହାସ

ଆସହେ ଚବିଶି ଆସ

ସକାଳ ସୁରୁଜ ନୁଆ କାକଳିରେ

ହୁଅ ତୁମେ ପରକାଶ

ଦିବ୍ୟ ଚେତନାରେ ଭରିଯାଉ ପ୍ରାଣ

ତୁଟି ଯାଉ ଭବ ଭୟ

ପ୍ରତିଟି କାର୍ଯ୍ୟରେ ନବ ପୁଲକରେ

ବିଭୁ ପଦେ ରହୁ ଲେୟ୍ ।



Rate this content
Log in