STORYMIRROR

Panchanan Jena

Others

3  

Panchanan Jena

Others

ଚଉପଦୀ

ଚଉପଦୀ

1 min
198

ବେଳଯାଏ ଗଡି ଗଡି

କଥା ଯାଏ ବଢି ବଢି

ଭୀମା ବେହେରାର ମିଠା ଦୋକାନରେ ଆଳୁଦମ ସାଙ୍ଗରେ ମୁଢି |୧|

ମଙ୍ଗଳ ବାର ଆସେ

ଶୁକ୍ରବାର ଆସେ

ବାକାଲି ସାହୁର ବାରଭାଜା ମଜା

କାହାକୁ କହନା ରସେ |୨|

ବାରୁଣୀ ଯାତରା ଲାଗେ

କିର୍ତ୍ତନ ଦଳିଆ ଭାଗେ

ଜୟ ରାଧା ଗୋବିନ୍ଦ ହରିବୋଲ ବୋଲି

ସବୁରି ମନକୁ ଜାଗେ |୩|

ଗଣେଶ ଚତୁର୍ଥୀ ପଡ଼େ

ଠାକୁର ଖଟୁଲି ଚଢେ

ପୁଷ୍ପାଞ୍ଜଳି ବେଳେ ଆଗେ ଛିଡାହୋଇ

ଚୁଡା-କଦଳୀ ଭୋଗକୁ କାଢେ |୪|

ଚନ୍ଦନ ଯାତରା ଲାଗେ

ବାଣର ରୋଷଣୀ ଦାଗେ

ନାଉରିଆ ଭାଇ ଯୁଆର ବେଳକୁ

ମଙ୍ଗକୁ ସଳଖି ଭାଗେ |୫|

ଚଡକ ମେଳଣ ବସେ

କାନ୍ଧରେ ପଇତା କସେ

ନାଲି ଗାମୁଛାକୁ କମରେ ଜଡେଇ

ପାଲି ଖେଳ ଖୁବ ରସେ | ୬ |

ସଞ୍ଜରେ ଭିଡିଓ ଦେଖା

ମେଳେ ସାଙ୍ଗ ସାଥି ସଖା

ରାତି ଶେଷଯାଏ ଢୁଳଉ ଢୁଳଉ

ଧୂଳି ହୋଇଯାଏ ମଖା |୭ |

ଦାଆରେ ଘାସକୁ କାଟି

ମଥାରେ ବୋଝକୁ ସାଟି

ଚୁମୁକି-ଶାମୁକା ଗୀତ ଗାଇ ଗାଇ

ବନ୍ଧ ରାସ୍ତା ହୁଏ କଟି | ୮|

କାନ୍ଧରେ ବାହୁଙ୍ଗି ଶିକା

ଝାଉଁ ପତ୍ର ଭାର ପକା

ଏକା ନିଶ୍ଵାସରେ ଧଇଁ ସଇଁ ହୋଇ

କଦମ କଦମ ପକା |୯|

ଧାନ କଟା ସରିଯାଏ

ବିଡ଼ା ବୁହା ଲାଗି ଥାଏ               ବଅଡ଼ି ଭୋରରୁ କାକରିଆ ବିଡ଼ା

ଚଭା କରି ବାନ୍ଧିଥାଏ | ୧୦|

ଘରେ ନାହିଁ ତରକାରୀ

ଚାଉଳ ବିକିବା ବାରି

ଚାରିଟା ବେଳକୁ ଗହୁଣିକୁ ମୁଣ୍ଡି

ହାଟକୁ ଯିବାଟି ଭାରି |୧୧|

ସଞ୍ଜ ବେଳ ହୋଇଲାଣି

ଘଣ୍ଟ ଘଣ୍ଟା ବାଜିଲାଣି

ଗୋଡ଼ ହାତ ଧୋଇ ଭୂଜା ଖାଇବାକୁ   

ମା’ ମୋତେ ଡ଼ାକିଲାଣି |୧୨|

ପଖାଳ ସହିତ ଶାଗ

କଞ୍ଚା ଲଙ୍କା ବଡି ଭାଗ

ଗାଧୁଆ ବେଳରେ ସ୍କୁଲରୁ ଆସି

କଂସା ବେଲାରେ ମା’ ବାଢିଥିବ ଆଗ |୧୩|

ସମୟ ଚାଲିଛି ଗଡି

ବୟସ ଯାଉଛି ବଢି

ପାଚିଲା ପତର ଖସି ପଡୁଅଛି

କଞ୍ଚା ପାଇଁ ରାସ୍ତା କାଢି |୧୪|



Rate this content
Log in