Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Children Stories

4  

Panchanan Jena

Children Stories

ଚରଣାଶ୍ରିତ

ଚରଣାଶ୍ରିତ

1 min
381


ଫୁଲ ପରି ହସୁଥା

ମଳୟ ସରି

ସୁବାସ ଧରି

ଚହଟି ବାସୁଥା ।


ସ୍ନେହରେ ବାନ୍ଧୁଥା

ଖୁସିର ଦୀପାଳୀ

କୁଳୁକୁଳୁ ଚଇତାଳୀ

ଆଉଁସି ଚାଲିଥା ।


ତ୍ୟାଗରେ ସହିଥା

ଚନ୍ଦନ ବନ୍ଦନ

ପୂଜନ ସେବନ

ସୁମନାସ ପାଉଥା ।


ବାକ୍ୟରେ ନମ୍ରତା

ବିଭୁ ଆଶ୍ରିତା

ମଧୁ ବର୍ଷିତା

ସୁକଲ୍ୟାଣ ନେଉଥା ।


ଜ୍ଞାନରେ ଏକାଗ୍ରତା

ଧ୍ୟାନ ଧାରଣାରେ

ଲେଖନ ଲିଖନରେ

ଇତିହାସ ରଚୁଥା ।


ଭକ୍ତିରେ ତଲ୍ଲିନ୍ନତା

ଭଜନ କୀର୍ତ୍ତନରେ

ଆରାଧ୍ଯ ଆରାଧନାରେ

ଚରଣାଶ୍ରିତ ରହିଥା ।



Rate this content
Log in