ବୋଉ ବୋଉ
ବୋଉ ବୋଉ
1 min
328
ବୋଉ ସେ ମୋର
ଯିଏ ସଞ୍ଜ ସଳିତାଟେ ପରି
ଦିକ ଦିକ ଜଳୁଥିବ
ତା ସଂସାର ଚଉଁରା ଆଗରେ
ପାଉଁଶ ହୋଇ ଝରିଯିବା ଯାଏ |
ଭୋଗ ଥାଳିଟେ ପରି
ଭାଗେ ଭାଗେ ବାଣ୍ଟୁଥିବ
ନିଜକୁ ସଭିଙ୍କ ଭିତରେ
ଭାଗଶେଷ
ଶୂନ ହେବା ଯାଏ |
ଚନ୍ଦନ କାଠଟେ ପରି
ମହ ମହ ବାସୁଥିବ
ସଭିଙ୍କ ଆଗରେ
ପବିତ୍ର ତା ଘର ମନ୍ଦିରରେ
ଘୋରି ହୋଇ ଲାଗିଯିବା ଯାଏ |
ନିଷ୍କପଟିଟେ ପରି
ଜୁଳୁ ଜୁଳୁ ଚାହୁଁଥିବ
ବୋଉ ବୋଲି ଡାକିଦେଲେ
ସତେ ଯେମିତି ତା ସୁଖର
ପଣତ ମୋ ଦେହକୁ
ଛୁଇଁ ଯାଏ |
ସେହି ପା ମୋ ବୋଉ
ମୋ ସୁନା ବୋଉ !!!!!!!
