STORYMIRROR

Pramit Mohapatra

Others

3  

Pramit Mohapatra

Others

ବନ୍ୟା ବିଭୀଷିକା

ବନ୍ୟା ବିଭୀଷିକା

1 min
14.3K


ତୁମେ ଚିରସ୍ରୋତା, ତୁମେ ହିତାକାଂକ୍ଷୀ

ହେ କଲ୍ୟାଣୀ, ନାଗାବଳୀ,

ଏ' କି ଦେଖାଇଲ କରାଳ ରୂପ ଗୋ

କଳ୍ପନାରୁ ଗଲା ବଳି।

ଅଞ୍ଚଳେ ସୁନାମ ତୁମ ତୀରେ ପରା

ସୁନାର କ୍ଷେତ ହସଇ,

ସିଂହପୁର ମାଟି ସୁଜଳା, ସୁଫଳା

ତୁମରି ଆଶିଷ ପାଇ।

ତୁମ ତୀରେ ଜାତ ମାତ କଲ୍ୟାଣୀ ଗୋ

ଗ୍ରାମ ତୁମ ନାମ ନେଇ,

ସେହି ସିଂହପୁରେ ତୁମରି ତାଣ୍ଡବ

ଆଜି ଏ ନେତ୍ର ଦେଖଇ।

ଦେବଗିରି ପତି, କାହୁଁ ଏ ବିପତ୍ତି

ଆସି ହୋଇଛି ହେ ଠିଆ,

ତୁମରି ପୁରରେ ଦେଖାଏ ତାଣ୍ଡବ

ଦର୍ଶାଅ ହେ ପ୍ରଭୁ ରାହା।

ହେ ନାଗାବଳୀ, ହେ ମାତ କଲ୍ୟାଣୀ

ତେଜ ଗୋ ରୋଷ, ଗୁମାନ,

ହନ୍ତସନ୍ତ ଆଜି ତୋ' ଅଞ୍ଚଳେ ଜନ

ତୋହରି ପରା ସନ୍ତାନ।

ହେ ଶମ୍ଭୂ ନାଥ, ଦେବଗିରି ନାଥ

ଅବତର ବାରେ ପୁରେ,

ଆତୁରେ ଡାକନ୍ତି ତୁମରି ସନ୍ତାନ

ଫେଡ଼ ହେ କଷଣ ବାରେ।


ମୁନ୍ନା ଭାଇ, ଗୁଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍