ବିଶ୍ଳେଷଣ
ବିଶ୍ଳେଷଣ
1 min
158
ଈପ୍ସା, ଲିପ୍ସା, ଅଭିପ୍ସା
ଅଭିମାନ, ଅନୁରାଗ, ସଦିଚ୍ଛା
କାମନା, ବାସନା
କିଛିବି ନଥିଲା ଜୀବନେ
ଯେଣୁ ସିମୀତ ଏ ଜୀବନ ।
ବୁଦ୍ଧଙ୍କୁ କରୁଥିଲି ସ୍ମରଣ
ପାଇବାକୁ ଟିକେ ନିର୍ବାଣ ।
ହେଲେ ମୋର ସବୁ ଆଶା
ଅସାର ହୋଇଲା
ଅଚାନକ, ଅଜାଣତେ
ସବୁ ମିଳି ଗଲା
ପତି, ଶକ୍ତି, ସଂପତ୍ତି
ସନ୍ତାନ, ସନ୍ତତି
ସବୁ ଉର୍ଦ୍ଧ୍ବ ରେ ଯେହେତୁ;
ନିୟତି ।
ସବୁ ନାହିଁ ନାହିଁ ଭିତରେ
ହଁ ଥାଏ ବୋଲିତ
ଛନ୍ଦି ହେଇଗଲି ସଂସାର ଜାଲରେ
ସୁଖର ମାୟାରେ
ସଂସାରୀ ବି ସନ୍ୟାସୀ ହୁଏ
ନିରାକାର ନରାକାର ନ୍ୟାୟରେ ।
