ବିଶ୍ଳେଷଣ
ବିଶ୍ଳେଷଣ
1 min
153
ଟଳମଳ ଦଦରା ନାଆରେ
ଜୀବନ ବାହୁଛି ନାଉରୀ ,
ଢେଉ ସାଥେ ଖେଳେ
ସାରା ଦିନ,
ସୁଦୁ ପେଟ ଚାଖଣ୍ଡକ ପାଇଁ
ସୁଖ, ଦୁଃଖ, ପ୍ରିୟାକୁ ପାଶୋରି ।
ପଚାରିଲେ ହସି ଦେଇ କହେ-
ଘରଣୀ ମୋ ଟଳମଳ
ବିଦେଶୀ ଭାଷାରେ
ପୁଅ ମୋର ଟଳମଳ
ବିଦେଶୀ ନିଶାରେ
ତମେ ବି ତ ଟଳମଳ
ସାହେବ ଢାଞ୍ଚାରେ
ବାବୁ! ଦେଶଟା ତ ଏଇ ମତେ
କିବା କଥା ପଚାରିଲ ମୋତେ ।
ପୃଥିବୀ ତ ଟଳମଳ
ପରମାଣୁ ବୋମାର ଭୟରେ
ସାମ୍ପ୍ରଦାୟିକ ଦଙ୍ଗାର ଡରରେ ।
ଆକାଶ ତ ଆକ୍ତାମାକ୍ତା
କାର୍ଖାନା ଧୂଆଁରେ,
ଇତସ୍ତତଃ ଜନ ପ୍ରାଣି
ଅଂଶୁର ନିଆଁରେ ।
ଟଳମଳ ଇନ୍ଦ୍ରାସନ
ଦେବତାଏ ହୋନ୍ତି ଆତଙ୍କିତ
ଟଳମଳ ମୋ ରାଇଜ
ପ୍ରଭୁ ଜଗନ୍ନାଥ ।
