ବିଶ୍ଳେଷଣ
ବିଶ୍ଳେଷଣ
1 min
180
ବିଶ୍ଳେଷଣ-୯
____________ ସନ୍ତୋଷ ଓଝା
ଏବେ ଶବ୍ଦର ଧୂଆଁ ବାଣରେ
ସମଗ୍ର ଆକାଶ କମ୍ପୁ ଥିଲା ବେଳେ
ଫାଟି ଗଲା ଆରବ ଆକାଶ
ଗଳି ପଡ଼ିଲେ ସୂର୍ଯ୍ୟ ।
ଫୁଟନ୍ତା ପାଣିରେ ଜଳଚର
ନିଆଁ ଚୂଲିରେ ସ୍ଥଳଚର
ଟିକିଏ ନିଶ୍ବାସ ପାଇଁ
ଆକ୍ତାମାକ୍ତା ପୃଥିବୀ
ଟୋପାଏ ଜଳ ପାଇଁ
ଉଡ଼ି ଯାଉଛି ହଂସା ।
ଯେହେତୁ; ନଈଏବେ
ନର୍କ ପାଲଟିଛି
କାର୍ଖାନା ଧୂଆଁରେ ।
କିଏ ବୁଝୁଛି
ଟିକିଏ ଭୁଲ୍ ପାଇଁ
ଜାପାନ ପାଲଟି ଗଲା
ଫୁଟନ୍ତା ଖଇ ହାଣ୍ତି ।
ଏବେବି ସମୟ ଅଛି
ଆସ ସୁଧାରି ନେବା
ସବୁଜ ପୃଥିବୀ ଗଢ଼ିବା
ନୂଆ ଆକାଶ ଖୋଜିବା
ବଂଚିବା ପାଇଁ ବିଶ୍ବାସ ଲୋଡ଼ିବା ।
☮
