Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
373



ଭଙ୍ଗା ଗଢ଼ା ଦୁନିଆରେ

ଭାଙ୍ଗି ନପଡ଼ି

ଭାଙ୍ଗିବାକୁ ହେବ

ବିଧି- ବିଧାନ,

ନୀତି-ନିୟମ

ସଂସ୍କାର-ସଂସ୍କୃତି 

ଯାହା ପୁରାତନ

ଗଢ଼ିବାକୁ ହେବ

ନୂତନ ସୂର୍ଯ୍ୟ, ନୂଆ ସକାଳ

ନୂଆ ମଣିଷ, ନୂଆ କଙ୍କାଳ

ନୂଆ ପୃଥିବୀ , ନୂଆ ଆକାଶ

ନୂଆ ଜୀବନ, ନୂଆ ବିଶ୍ବାସ

ଶାନ୍ତି,ମୈତ୍ରୀ, ପ୍ରୀତି


ଏବଂ ସମ୍ବୋଧନ ।

ଯେଉଁଠି ; ନିତି ଫୁଟୁ ଥିବ ପାରିଜାତ

     ନିତି ଝରୁଥିବ ଅମୃତ

      ସଦା ବହୁଥିବ ମଳୟ

       ନଥିବ ସେଇଠି ପ୍ରଳୟ

ସେଠି ଯୌବନ ନୁହେଁ ବିକା-କିଣା

ସେଠି ଜୀବନ ନୁହେଁ ଟଣା-ହଣା

ସେଠି ମରୁରେ ବହୁଛି ଝରଣା

ସେଠି ନାହିଁ ନାହିଁ କିଛି କଟକଣା 

ତା'ରେ ସଂଧାନ କର ସଂଧାନୀ

ଆରେ ବିଜ୍ଞାନୀ, ବିଶ୍ବକଲ୍ୟାଣୀ ।



Rate this content
Log in