STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
245


ଆଧୁନିକତାର ଦ୍ୱାହି ଦେଇ

ଅଣ୍ଟା ତଳକୁ ଖସି ଯାଉଛି ଘାଗରା,

ପେଟ ପିଠି ଏକାକାର

ପ୍ରତିଯୋଗିତା ନାଆଁରେ

ପ୍ରଦର୍ଶିତ ଉନ୍ମୁକ୍ତ ଯୌବନ

ଅଗଣିତ ଭିଡ଼ ଭିତରେ

ଅଲାଜୁକି ମେଲି ଦିଏ

ରୂପର ପସରା ।

ମଞ୍ଚାସୀନ ଯୌନ ପିପାସୁ

ଆୟୋଜକ ଯୌନ ଭିକ୍ଷୁ

ଦର୍ଶନାର୍ଥୀ ଯୌନ ବକ

ସମସ୍ତେ ଅପଲକ, ଅଲାଜୁକ

ଆମେ ସଭ୍ୟ, ଆମେ ଆଧୁନିକ ।



Rate this content
Log in