ବିଶ୍ଳେଷଣ
ବିଶ୍ଳେଷଣ
1 min
108
ୠଷିଗଣ ଭୁଲିଗଲେ
ଜପ,ତପ,ମନ୍ତ୍ର ଉପଚାର
ଭୁଲି ଗଲେ ୠଷି କନ୍ୟା
କ୍ରିୟା, କର୍ମ, ଆଚାର, ବିଚାର ।
ଚାଟଶାଳୀ ଅବଧାନ
ଭୁଲିଗଲେ ବେତ,
ବିଦ୍ୟାଳୟ ଚାରିକାନ୍ଥେ
ଆଶ୍ରମ ଆଶ୍ରିତ ।
ଏଠି ସେଠି ସବୁଠି
ତୃଣ ପଚି ଛତୁ ଫୁଟିଅଛି
କିଛି ସରକାରୀ ଜ୍ଞାନୀ
ଗଢ଼ୁଛନ୍ତି ବେକାରୀ ଅଜ୍ଞାନୀ ।
ତାରେ ତଥାପି ଆଦର ,
ନାହିଁ ମାମୁଁ ଠାରୁ କାଳେ
କଣା ମାମଁ ଭଲ ।
କିଏ ପ୍ରତିବାଦୀ ?
ଆପଣା ଦନ୍ତେ ଯଦି
ଆପେ ଜିହ୍ବା ଛେଦି ।
