ବିଶ୍ଳେଷଣ
ବିଶ୍ଳେଷଣ
1 min
313
ବୟସ ତ
ବର୍ଷର ସମାସ,
ବର୍ଷ ଟିଏ ବିତିବାକୁ
ଲାଗେ ବାରମାସ ।
ବାରମାସ ଛ' ୠତୁ
ପ୍ରତି ୠତୁ ଦୁଇଟି ମାସର
ଫି ମାସ, ଦୁଇ ପକ୍ଷ
ତିରିଶି ଦିନର ,
ଅର୍ଦ୍ଧେକ ଆଲୁଅ ପୁଣି
ଅର୍ଦ୍ଧେକ ଅନ୍ଧାର ।
ପୁଞ୍ଜିଭୁତ ସମଗ୍ର ଆୟୁଷ,
ଏଇମିତି କମି କମି
ଅବଶେଷେ ଗୋଟେ ଦୀର୍ଘଶ୍ବାସ ।
ଜୀବନ ତ
ଜନ୍ମ-ମୃତ୍ୟୁ
ମଝି କଚା ରାସ୍ତା
ଝିପିଝିପି ବରଷାରେ
ଖସିଯିବ ପାଦ
ନାହିଁ ନାହିଁ ନାହିଁ ତାରେ ଆସ୍ଥା ।
