ବିଶ୍ଳେଷଣ
ବିଶ୍ଳେଷଣ
1 min
200
ଐକାନ୍ତିକ ଇଛା
ଫେରିବାକୁ ପୁଣି ଥରେ
ସେଇ ଅନ୍ଧାରି ମୂଲକେ,
ଯେଉଁଠୁ ଆସିଥିଲି
ଦିନେ ଏକା ଏକା
ଏନ୍ତୁଡ଼ି ଆଲୋକେ ।
କୁଆଁକୁଆଁ ଡାକରେ
ସତ୍ୟର ସନ୍ଧାନେ
ଆସିଥିଲି ଧାଇଁ ।
ଦଶ ମାସ ଦଶ ଦିନ
ଥିଲି ରହି ଶାନ୍ତ ସନ୍ତୋଷ ରେ
ଖେଲୁ ଥିଲି ନାଚୁ ଥିଲି
ମହା ଆନନ୍ଦରେ
ଇଛା ହୁଏ ପୁଣି ଥରେ
ଫେରିବାକୁ ସେ ଅନ୍ଧାରେ ।
ସେଠି ନଥିଲା ମିଛ, ନଥିଲା ପାପ
ନଥିଲା ରାଗ, ନଥିଲା ତାପ
ନଥିଲା ବି ଯମ କଲବଲ,
ସେ ଅନ୍ଧାର ଏ ଆଲୋକଠୁ
ଢେର ଭଲ, ଢେର ଭଲ ।
ହେ ! ମାତା ଉନ୍ମୁକ୍ତ କର ଜରାୟୁ
ସତୀ ସୀତା ପରି ଫେରି ଯିବି
ତୁମରି ଗର୍ଭକୁ
ସେ ଅନ୍ଧାରି ଗୃହକୁ ।
