ବିଶ୍ଳେଷଣ
ବିଶ୍ଳେଷଣ
1 min
264
ଶରାହତ
ଶାନ୍ତିର କପୋତ
କଣ୍ଠ ତାର ରୁଦ୍ଧ
ଗାଉ ନାହିଁ ଗାଉ ନାହିଁ
ସେ ସ୍ବାଧୀନ, ଶାନ୍ତିର ସଂଗୀତ ।
ନିକ୍ଷେପିଲା ଶର ଯେହୁ
ବର୍ବର ଶବର
ଦଣ୍ଡିବାର ଶକ୍ତି ନାହିଁ
ଦଣ୍ଡାଧୀଶ ତା' ଠୁଁ ନିଷ୍ଠୁର ।
ନିର୍ଭୟରେ ହୋଇ ଅଛି ଛିଡ଼ା,
ନାହିଁ ନାହିଁ ଦଣ୍ଡ ବିଧି
ନାହିଁ କାଠଗଡ଼ା
ଶୁଣିବ କେ କପୋତୀର
ଆତୁର କ୍ରନ୍ଦନ
କହିବ କାହାରେ,
ଗୌତମ ତ ମୋହାସକ୍ତ
ଶବରୀ ମାୟାରେ ।
କପୋତ ତ ପ୍ରାଣ ଦେଲା
କପୋତୀର ନାହିଁ ତିଳେ ମୁକ୍ତି,
ଏଇମିତି ଶୋଷିତା ଲୁଣ୍ଠିତା
ମର୍ତ୍ତ୍ୟର ଯୁବତୀ ।
