ବିଶ୍ଳେଷଣ
ବିଶ୍ଳେଷଣ
1 min
322
ଥଣ୍ଟରେ ଆଧାର ଦେଖିଲେ
ମାଆ ଚଢ଼େଇର ,
କିଚିରିମିଚିରି କରି ଉଠନ୍ତି
ଶାବକ ,
ପର ତଳେ ଥଣ୍ଟ ଘସି
ସ୍ନେହ ମାଗନ୍ତି,
ଅଧିକାର ମାଗନ୍ତି ,
ଜଣେଇ ଥାନ୍ତି ପେଟର ଭୋକ ।
ଉଡ଼ି ଶିଖିଲା ପରେ
ସେଇ ଶାବକେ
ଭୁଲି ଯା'ନ୍ତି ମାଆ
ମାଆର ମମତା
ଏବଂ ସେଇ ନୀଡ଼,
ଏମିତିବି ଗଛ ଦିନେ
ଭାବି ଥିଲା,
କେହି ନଫେରିଲେ
ଫେରିବ ମାଆଟି
ଥମି ଗଲେ ଝଡ଼ ।
ଏଇମିତି କେହି ଫେରନ୍ତିନି
କଥା କହି ଶିଖିଲେ
ନିନ୍ଦା କରେ ପୁଅ
ମାତୃତ୍ବ, ପିତୃତ୍ବ,ବଂଶ ପରମ୍ପରା,
ଥୁଣ୍ଟା ଗଛ ଚାହିଁ ଥାଏ
ପକ୍ଷୀର ବାଟକୁ
ମାତୃତ୍ବ ତା' ବିଳାପ କରେ
ଖୋଜୁଥାଏ ଅପରାହ୍ନ ଖରା ।
