Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Ojha

Others

3  

Santosh Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
225



ଜଗିଛି ଶାଗୁଣା, ମଡ଼

ଆଜି ବଡ଼ ଏକାଦଶୀ

ଯାଇବି ପାରୁନି ଛାଡ଼ି

ଝାମ୍ପି ନେବେ

ଶିଆଳ କୁକୁର କୁଆ

ବଡ଼ ଅବିଶ୍ବାସୀ ।

ମଡ଼ ପରେ ଥଣ୍ଟ ରଖି

ଶୋଇଲା ଶାଗୁଣା

ରାତିଟା ତ ପାହି ଗଲେ

କଟି ଯିବ ବ୍ରତ କଟକଣା ।

ରାତି ଅଧେ ଖୋଲି ଗଲା

ମୁଦା ଥଣ୍ଟ ତାର

କାମୁଡ଼ି ଧରିଲା ଶବ

କିଏ ଦେଖୁଛି ? ଘୋଟିଛି ଅନ୍ଧାର ।

ଅନ୍ଧାରରେ କିଏ କ'ଣ 

ନକରୁଛି କେତେ,

ରାଜାଙ୍କ କ୍ଷୀର ପୋଖରୀ

ଜଳରେ ପୂର୍ଣ୍ଣ ଏଇ ମତେ ।

ଶାଗୁଣା ପାରୁନି ଜାଣି

ଅନ୍ଧାରରେ କୁକୁର ବି

ଖାଉ ଥାଇ ମଡ଼,

ରାତି ପାହିଲା ବେଳକୁ

ଶବ ନାହିଁ

ଖାଲି ମାଳ ମାଳ ହାଡ଼ ।

ଶାଗୁଣା ତ ଜଗି ଅଛି ମଡ଼ ।



Rate this content
Log in