Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
315



ରକ୍ତର ରଙ୍ଗ ଲାଲ ବୋଲି ତ

ଲାଲ ରଙ୍ଗ ସବୁରି ପ୍ରିୟ

ସବୁରି ଧ୍ୟେୟ ।

ଯେମିତି ସିନ୍ଦୂର ଅଳତା

ସିନ୍ଦୂରା ସବିତା

ଚାହା ପାନ ପିକ ମଦ

ଅଗ୍ନି ପ୍ରେମ କ୍ରୋଧ

ସବୁର ରଙ୍ଗ ଲାଲ

ଶୁଖିଲା ଲଙ୍କା ପରି ।


ସରକାରୀ ରଙ୍ଗ ବି ତ ଲାଲ

ବିପଦର ରଙ୍ଗ ବି ତ ଲାଲ

ନିଶ୍ଚିତ ବୃଷ୍ଟିର ମେଘ

ରଙ୍ଗ ତେଣୁ ଲାଲ ।


ରକ୍ତର ରଙ୍ଗ ଲାଲ ବୋଲି ତ

ଏତେ ବ୍ୟବଧାନ-

ଜାତି-ଅଜାତିରେ

ପ୍ରୀତି-ପ୍ରଣୟରେ

ପୂରୁବେ-ପଶ୍ଚିମେ

ରଜା-ପ୍ରଜା ଉଚ୍ଚ-ନୀଚ

ନର- ନରାଧମେ ।


ମଶା ପିଏ ରକ୍ତ ପୁଣି

ଭାଲୁ ପିଏ ରକ୍ତ

ଦୁହେଁ ଯାକ ବଣେ ଥାଇ

ତଥାପି ତଫାତ ।



Rate this content
Log in