ବିଶ୍ଳେଷଣ
ବିଶ୍ଳେଷଣ
1 min
49
ଠିକ୍ ଏମିତି ଏକ ମୁହୂର୍ତ୍ତକୁ
ଅପେକ୍ଷା କରିଛି ମୁଁ -
ତମେ ଆସନ୍ତିକି ;
ତମେ ଆସନ୍ତକି କାହ୍ନା
ଉଚ୍ଛୁଳି ପଡ଼ନ୍ତା ଯମୁନା
ଉଜୁଡ଼ି ଯାଆନ୍ତା ଚନ୍ଦ୍ରସେଣା
ବତୁରି ଯାଆନ୍ତା ସକଳ କାମନା
ଉତୁରି ଯା'ନ୍ତା ଧବ ଥାଇ
ବୈଧବ୍ଯ ଯାତନା ।
ମୁହୂର୍ତ୍ତକ ପାଇଁ ହେଉ ପଛକେ
ମିଶି ଯା'ନ୍ତା
ଭାବ ସହ ଭାବର
ଦେହ ସହ ଦେହର
ମନ ସହ ମନର
ମେଘ ସହ ମେଘର ।
