STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
195

ଆଜି କାଲି କାହାକୁ ତ

ଦେଇ ହେଉ ନାହିଁ ଦୋଷ,

କାହାରେ ବି ନାହିଁ ତ ବିଶ୍ବାସ

ଅବା ଅବିଶ୍ବାସ ।


କାହିଁକିନା

ସବୁ ଭୁଲ୍ ରେ ଅଛି ନିଜର ହାତ

ସବୁ ଠିକ୍ ରେ ନିଜର ପ୍ରେତ

ସବୁ ବିଶ୍ବାସରେ ନିଜର ଛାଇ

ସବୁ ଅବିଶ୍ବାସରେ ନିଜର ହାଇ

ସବୁ ମିଥ୍ୟାରେ ଅଛି ପ୍ରୀତି

ସବୁ ସତ୍ୟରେ ଥାଏ ସ୍ଥିତି

ସବୁ ଚଇତରେ ଗଢ଼ା ହୁଏ ନୀଡ଼

ସବୁ ବୈଶାଖରେ ଆସେ ପୁଣି ଝଡ଼

ସବୁ ଶ୍ରାବଣରେ ବଢ଼େ ନାହିଁ ଶୋଷ

ସବୁ ଫଗୁଣରେ ଉଠେନି ଉଚ୍ଛ୍ବାସ ।


ଖାସ୍ ବଞ୍ଚିଚେ ତ ଆଶ୍ରା କରି

ଟିକିଏ ନିଶ୍ବାସ

ସେତକ ସରି ଗଲେ ସବୁ ଶେଷ ।

କ'ଣ ବା ଲାଭ ଅଛି

ଅଙ୍ଗୁଳି ଦେଖାଇ, କାହାରେ

ବାଛିବାରେ ଦୋଷ ?

ଜନ୍ମ- ମୃ୍ତ୍ୟୁର ଦୂରତ୍ବ ଯଦି

ଗୋଟେ ଦୀର୍ଘଶ୍ବାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍