ବିଶ୍ଳେଷଣ
ବିଶ୍ଳେଷଣ
1 min
454
ନଈ ତ ଗୋଟେ
ଅନେକ ଘାଟ,
ହାଟ ତ ଗୋଟେ
ଅନେକ ବାଟ ।
ଧର୍ମ ତ ଏକ
ବହୁ ଧାର୍ମିକ ,
ଈଶ୍ୱର ଏକ
ବହୁ ପୂଜକ ।
ଘଟଣା ଏକ
ଅନେକ ଗପ,
କଙ୍କାଳ ଗୋଟେ
ଅନେକ ରୂପ ।
ନିର୍ବୋଧ ପଥିକ ସେ ଯେ
ଏଇ କଥା ନପାରଇ ଜାଣି,
ଧନ୍ଦି ହୁଏ ଏଣେତେଣେ
ଖୋଜୁ ଥାଏ ସ୍ୱର୍ଗକୁ ନିଶୁଣୀ ।
