STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
127

ହାତରେ ହାତ ଥାପି

ଅଗ୍ନି ଆଉ ବ୍ରାହ୍ମଣକୁ ସାକ୍ଷୀ ରଖି

ଶପଥ ନେବା ତ

ଖୁବ୍ ସହଜ ।


ଚାରି କାନ୍ଥର ଝାପ୍ସା ଆଲୁଅରେ

ଆତ୍ମାକୁ ଆତ୍ମାରେ ଯୋଖିବା ତ

ଖୁବ୍ ସହଜ ।


ଉଷାର ପହିଲି କିରଣେ

ଆଖିରେ ଆଖି ମିଶେଇବା ତ

ଖୁବ୍ ସହଜ ।


ନିଧୂମ ଦ୍ବିପ୍ରହରେ

ଦୁଇଟି ମନ ଏକାକାର ହେବା ବି

ଖୁବ୍ ସହଜ ।


କିନ୍ତୁ ଦୁଃଖ ବାଣ୍ଟି ନେବା

ଖୁବ୍ କଷ୍ଟ

ସ୍ନେହ ବାଣ୍ଟି ନେବା

ଆହୁରି କଠିନ ।


Rate this content
Log in