STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
175

କଥାଟିଏ କହିଲେ ତ

ଯୋଡ଼ି ହେଇଯାଏ ଆଉ ଏକ କଥା

ଆଉ ଏକ ନଥା,

କହୁ କହୁ ଲେଖିଯାଏ

କଥାର କବିତା ।


ନଥାଉ କଲମରେ କାଳି

ନଥାଉ କାଗଜ,

ଏଠି କବି ହେବା ଖୁବ୍ ସହଜ ।


ନଛୁଉଁ ପଛକେ 

ଆଉ କା ମଗଜ

ଘୁଞ୍ଚି ଯାଏ ଆପେ ପଢ଼ି

ଆପଣା ଦରଜ

ଏଠି କବି ହେବା ଖୁବ୍ ସହଜ ।


ତରବରେ ଲେଖି ଦିଅ

ଏଣୁତେଣୁ କଥା

ଅତର୍କିତ ଚିରି ଦିଅ

ଲେଖିଥିବା ପୃଷ୍ଠା

ପଦ ପଡ଼ୁ କି ନପଡ଼ୁ

ଭାବ ଥାଉ କି ନଥାଉ

ଦେଖିବ ବନି ଯିବ

ଏକ ସୁନ୍ଦର କବିତା ।


କଥା କହିଲେ ତ

ଯୋଡ଼ି ହେଇଯାଏ

ଆଉ ଏକ କଥା ।



Rate this content
Log in