ବିଶ୍ଳେଷଣ
ବିଶ୍ଳେଷଣ
1 min
469
ଅବୁଝା ରାତି ଅମାନିଆଁ ପ୍ରୀତି
ଅବୋଲକରା ମନ ଅସରା ସପନ
କେହି କିଛି ବୁଝନ୍ତିନି
ସବୁ ବାରଣ ପରେ ବି
ଧସେଇ ପଶନ୍ତି
ଅଲୋଡ଼ା ଏ ଜୀବନେ
ଅଳ୍ପାୟୁ ଏ ଜୀବନେ ।
ଅନେକ କହିବାର କଥା
କହି ହୁଏ ନାହିଁ ଏମାନଙ୍କ ପାଖରେ,
ଦୁଷ୍ଟ ପିଲାଟି ପରି
ଏମାନେ କିଛି ବୁଝନ୍ତିନି
କିଛି ଶୁଣନ୍ତି କିଛି ଦେଖନ୍ତିନି ।
ବରଂ ଏମାନଙ୍କ ପାଇଁ
ବଢ଼ିଯାଏ, ବୟସର ତାଡ଼ନା
ବୁକୁ ତଳ ବେଦନା
କ୍ଷଣିକ ସୁଖର ସେ ରେଶମୀ ବିଛଣା
ଭୁଲି ଯାଏ ମୋ ଘର ଠିକଣା ।