Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
275


ଧମନୀରେ

ବହୁଛି ଯେ ରକ୍ତ,

ରକ୍ତ ନୁହେଁ ରକ୍ତ ନୁହେଁ

ତୁଛା ଅଲକତ ।


ସେ ରକ୍ତ କର ନାହିଁ ଦାନ;

ପାରିବନି ରଖି କା'ରେ

ମୁମୂର୍ଷୁ ଜୀବନ ।


ସେ ରକ୍ତରେ ନାହିଁ ଗନ୍ଧ

ନାହିଁ ନାହିଁ

ଜାତି ପ୍ରେମ,ଦେଶ ପ୍ରେମ

ଉଷ୍ମତା,ବୀରତ୍ବ,

ପାଦେ ବୋଳା ହେବ ଖାଲି

ସଂଚିବାରେ ନାହିଁ ଟି

ଗୁରୁତ୍ବ ।


ଧମନୀରେ

ବହୁଥିଲା ରକ୍ତ,

ରକ୍ତତୀର୍ଥ ହୋଇଥିଲା

ରକ୍ତରେ ରଂଜିତ ।


କାହିଁ ସେହି ରକ୍ତ

ଅଛି କାହା ଠାରେ

ପାରିବକି ଦେଇ ଟୋପେ

ଯିବି ରଣପୁରେ ।



Rate this content
Log in