Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
148


ୟ ,ୟାଃ, ହ୍ୟାଃ

ୟୁଃ ହ୍ୟୁଃ

ଥୋଡ଼େ ଭୁଷି ଗଲା

ଶୂନ୍ୟକୁ, ମୋ ପୁଅ

କହିଲା କରାଟେରେ

'ବ୍ଲାକ ବେଲ୍ଟ' ପାଇଛି,

ମାଆ ତା'ର କ'ଣ ବୁଝିଲା କେଜାଣି

ହସି ଦେଲା - ଯାହାବି ହେଉ

ତା' ପୁଅ କ'ଣ ଗୋଟେ ହେଇଛି ।


ଆରେ ! ମାରି ଶିଖିଛ ତ

ବିଧା ମାରି ପଥର ଭାଙ୍ଗ

ମୁଠା ଯଦି ଟାଣ

ମାଟି ଚିପୁଡ଼ି ରକ୍ତ କାଢ଼

ପାଦ ଯଦି ଶକ୍ତ

ଗୋଇଠା ମାରି ଗଡ଼ିଆ ଖୋଳ

ପାହାଡ଼ ଚଢ଼ି ଜୋଛନା ଢାଳ ।

ଗରମ ବାଲିରେ ହାତ ପୁରେଇବା

କ'ଣ ଦରକାର

ପାରୁଛ ତ ତତଲା ଲୁହ ପୋଛ

ଉଷୁମ ଲହୁ ଖୋଜ ।


Rate this content
Log in