STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
198


ଊଣା ମୁଠେ ଭାତ ପେଟ ଭରିବାକୁ

ଊଣା ଗୋଟେ ହାତ ଘର ତୋଳିବାକୁ

ଊଣା ଏଠି ରାତି ସ୍ୱପ୍ନ ଦେଖିବାକୁ

ଊଣା ହୁଏ ପ୍ରୀତି ସାଥି ଖୋଜିବାକୁ

ଊଣା ଏଠି ଆୟୁଷ ଜୀଇଁ ରହିବାକୁ

ଊଣା ଏଠି ବିଶ୍ୱାସ ନିଃଶ୍ୱାସ ନେବାକୁ

ସବୁ ଅଭାବ ଭିତରେ ବି ଏଠି-

ସୂର୍ଯ୍ୟ ଉଏଁ, ସଂଜ ଆସେ

ଜହ୍ନ ହସେ, ମେଘ ଭାସେ

ପୃଥ୍ୱୀ ଘୁରେ,ସାଥି ଫେରେ

ପ୍ରୀତି ବି ତ ଝରି ଝରି ଯାଏ

ଏଇମିତି ସବୁ ଠିକ୍

ଠିକ୍ ଚାଲିଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍