Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

2  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
38



ଲଙ୍ଗଳା ଶିଶୁକୁ ଦେଖି

ଲାଜ ଲାଗେ, ଯେତିକି ଯେତିକି

ଲଙ୍ଗୁଳି ଝିଅଙ୍କୁ ଦେଖିଲେ

ଆଖି ଲାଖେ ସେତିକି ସେତିକି

ପଚାରିଲେ - ଏ କି ରୂପ ?

କହନ୍ତି ସେମାନେ -

ବଧିବାକୁ ମହିଷାସୁର 

ଆସିଛୁ ଏସନେ ।


ଆମେ ପରା ସଭ୍ୟତା ବାହିକା

ସଂସ୍କୃତି ନାୟିକା

ଆମେ ଆଧୁନିକା ।

ଆମେ ସ୍ବର୍ଗର ଅପ୍ସରି

ଅନ୍ତବାସ କରିଅଛୁ

ମାଆ ପଣତକୁ ଚିରି ।

ଯଦି କେହି ନଦେଖିଲା ଜନ

କିବା ଲାଭ ରଖି

ଏ ସୁନ୍ଦର ଯୌବନ ?


ସୌନ୍ଦର୍ଯ୍ୟ ତ ଦେଖିବାର ପାଇଁ

ଦେଖେଇବାରେ ଲାଜ କାହିଁପାଇଁ ?


କର ଆମ ପୂଜା

ଲୋଡ଼ା ନାହିଁ ଲୋଡ଼ା ନାହିଁ

ଆଉ ଦଶଭୁଜା ।

     


Rate this content
Log in