STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ଭକ୍ତିପୁଷ୍ପ-୧୨

ଭକ୍ତିପୁଷ୍ପ-୧୨

1 min
211

ଔଷଧ ଲୋଡ଼ା ନାହିଁ

ଆପେ ଯିବି ଭଲ ହେଇ

କାହ୍ନୁ କଥାମୃତ ଟିକେ ପିଆଅ  

ଯମୁନା କୂଳକୁ ଯାଇ

ମୋହନ କାହ୍ନାକୁ କହି

ମୋ ନାମେ ମୁରଲୀ ଥରେ ବଜାଅ ।

ଜ୍ୱରରେ କମ୍ପୁଛି ଦେହ

ରହ ସଖି ଟିକେ ରହ

କାହ୍ନୁକୁ ଦେବି ଗୋ ଲେଖି ପତର  

କହିବ କାହ୍ନୁରେ ଯାଇ

ଆସି ପାରିବନି ରାଈ

ମିଛୁଟାରେ ହେବେ ନାହିଁ ଅଧିର ।

ଅଧରେ ମୁରଲୀ ରଖି

ରାଈ ବୋଲି ଦେଲେ ଡାକି

ଜ୍ୱର ଯିବ ଆପେ ଦେହୁ ପଳେଇ  

ଜ୍ୱର ନୁହେଁ ସାଧାରଣ

ବିରହ ଏଥି କାରଣ

ପ୍ରୀତି ପଥି ଲୋଡ଼ା କୁହ ବୁଝାଇ ।

ଆସିବେ ମୁରଲୀ ଧାରୀ

ମୋ ଘର ଏରୁଣ୍ଡି ପାରି

ପାଶେ ବସି ଯିବେ ମୋତେ ଭିଡ଼ିକି 

ମୁଣ୍ଡରେ ମାରିବେ ହାତ

ଅଧରେ ପୀରତି ଗୀତ

ଚାହିଁବେ ମୋ ଆଡ଼େ ଘଡ଼ି ଘଡ଼ିକି ।

ଦେଖିବି ଜ୍ୱରର ଦାଉ

କେତେବା ରହିବ ଆଉ

ଯାହାକୁ ଡରନ୍ତି ସୁର ଅସୁର  

କାଳିକୁ ଦଳିଲେ ପାଦେ

ପୁତନା ନାଶିଲେ ହୃଦେ

ରସରେ ନାଶିବେ ରସ ନାଗର ।



Rate this content
Log in