STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ଭକ୍ତିପୁଷ୍ପ-୧୦

ଭକ୍ତିପୁଷ୍ପ-୧୦

1 min
119

ଐଶ୍ୱର୍ଯ୍ୟ ସଂପତ୍ତି

ସବୁ ନିଅ ସଖି

କାହ୍ନୁରେ ଦର୍ଶନ ଦିଅ ପାହିଲା ରାତି 

ମୟୁର ଚୂଳିଆ 

କଦମ୍ବ ମୂଳିଆ

ମୂରଲି ବଜାଇ ଡାକେ ଆସ ଗୋ ସତୀ ।


କି ହେବ ସମ୍ପତ୍ତି 

ବିନା ଶ୍ୟାମ ପ୍ରୀତି

ସବୁ ଲାଗେ ତୁଚ୍ଛ ପ୍ରାୟେ ମାଟି ଗୋଡ଼ି 

ଶ୍ୟାମକୁ ନଦେଖି

ଫୁଟି ଯାଏ ଆଖି

ପିଣ୍ଡରୁ ପରାଣ ଯାଉ ଅଛି ଛାଡ଼ି ।


ବୃଷଭାନୁ ସୂତା

ବରଜ ବନିତା 

ବୃଥା ଅହଂକାର ଲୋଡ଼ା ନାହିଁ ମୋର 

ଶୁଣିବାକୁ ବଂଶୀ

ହେବି ପଛେ ଦାସୀ

ନେଇ ଯାଅ ସବୁ ଆଳି ଅଳଙ୍କାର ।


ଶ୍ୟାମ ପ୍ରୀତି ସଖି

ସତ କହିବକି

ଲାଗୁଛି ତୁମକୁ କେମିତି କେମିତି  

ପିତା କଷା ଖଟା

ଅବା ଲାଗେ ଥଟ୍ଟା

ମୋତେ ଲାଗେ ସ୍ୱର୍ଗ ମୁଠାରେ ଯେମିତି ।



Rate this content
Log in