STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ଭକ୍ତି ପୁଷ୍ପ-୫

ଭକ୍ତି ପୁଷ୍ପ-୫

1 min
187


   ଉଷା ଆଗମନେ

   ରାଈ ମନେ ମନେ

  ଆନନ୍ଦେ ବିଭୋର ନାଚି ନାଚି  

    ଯିବେଟି ଯମୁନା

    ଥିବେ ସେଠି କାହ୍ନା

  ରାସରେ ରସିବେ ଲୁଚି ଲୁଚି ।


    ଶାଶୁର ଗଞ୍ଜଣା

    ସ୍ୱାମୀ କଟକଣା 

  ନଥିବ ନଣନ୍ଦେ ରୁଷା ରୁଷି  

    ସଖିଙ୍କ ମେଳରେ

    ପୀରତି ଖେଳରେ

  ହଜି ଯିବେ ପ୍ରେମେ ହସି ହସି ।


    ମୋହନ ବଇଁଶୀ 

    ଶ୍ୟାମ ସାଥେ ମିଶି

  ଡାକୁ ଥିବେ ଧିରେ ରାଇ ରାଇ  

    ବଡ଼ ଅଭିମାନୀ

    ରାଈ ବିନୋଦିନୀ

  ଲାଜେ କରୁ ଥିବେ ନାହିଁ ନାହିଁ ।


    ସଖି ମାନେ ମିଳି

    କରି ଥଟ୍ଟା ଗାଳି

  କାହ୍ନୁରେ ଛାଡ଼ିବେ ଠେଲି ଠେଲି  

    ପ୍ରୀତିରେ ମଜ୍ଜିବେ

     ପ୍ରୀତିରେ ହଜିବେ

   ବାହୁ ଝୁଲଣାରେ ଝୁଲି ଝୁଲି ।


     ଦିବସରେ ପ୍ରୀତି

    ଆଣେ ନାହିଁ ରତି

   ଭକତି ରସରେ ଉବୁଟୁବୁ  

    ଖରା ମାରେ ଟାଇଁ

     ପ୍ରୀତି ସରେ ନାହିଁ

   କାହ୍ନୁ ଯାନ୍ତି ଦୂରେ ଭାବୁ ଭାବୁ ।



Rate this content
Log in