Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ଭିଜା ମାଟି

ଭିଜା ମାଟି

1 min
287



ଆଦ୍ୟ ଆଷାଢ଼ର

ଭାରାକ୍ରାନ୍ତ ଆକାଶ,

ତୁହାକୁ ତୁହା ବର୍ଷା ସାଙ୍ଗକୁ

ଘୁଘୁ ବତାସ

ମହ ମହ ଭିଜାମାଟିର ମହକରେ

ମସଗୁଲ୍

ତରୁ ଲତା

ଜୀବ ଜନ୍ତୁ

କୀଟ ପତଙ୍ଗ

ଚାଷ ଚାଷୀ

ଏବଂ ସାଧବ ବୋହୂ ।

ମଝିରେ ମଝିରେ

ମୁଣ୍ଡଫଟା ଟାଣ ଖରା

ଦ୍ବିଗୁଣିତ କରୁଥାଏ

ଭିଜାମାଟିର ବାସ୍ନାକୁ ।

ଅଭାବି ଚଷା ପୁଅ ଛାତିରେ ଛନକା

ପେଟ ପାଟଣାର କଥା

ଚାଷ ହୁଡ଼ିଲେ ବରଷେ

ସାହୁକାର ର ସୁଧ 

ମିଶି ଯାଏ ମୂଳଧନ ରେ ।

ମନକୁ ଟାଣ କରେ

ଫୁସୁରୁ ଫୁସୁରୁ ହେଇ

କ'ଣ ସବୁ କହି ଯାଏ

ହଡ଼ା ବଳଦ କାନରେ ।

ଭିଜାମାଟିର 

ଭିଜା ଆହ୍ଲାଦରେ

ଖରାଦିନେ 

ଖପରା ପାଲଟି ଯାଇ ଥିବା

ବଣି ମଳରୁ ଅଙ୍କୁରୋଦ୍ଗମ ,

ମନକୁ ଆମ୍ବିଳା କରେ ବନ୍ଧ୍ୟା

କରି ହୃଦୟଙ୍ଗମ ।

କଖାରୁ ଡଙ୍କରେ

ମାଳ ମାଳ ସାଧବ ବୋହୂ ପୋକ,

ସୁନୁଷୁନିଆଁ ଶାଗ ତଳେ

ସାଲୁବାଲୁ ଜୋକ,

ସଜନା ଗଛରେ ଭର୍ତ୍ତି ସଁବାଳୁଆ

ଲାଙ୍ଗୁଡ଼ି ପୋକରେ

ଅସ୍ତବ୍ଯସ୍ତ ନାଳ, ନାଳୁଆ ।

ଭିଜାମାଟି ମୋହ

ଭିଜା ମାଟିର ମହ

ଆଉ ତା' ସହ

ଭିଜା ମନ

ଭିଜା ଭିଜା ସ୍ବପ୍ନ ଆଉ

ଭିଜା ଯୌବନ

କଅଁଳିଆ ଘାସ ଦେଖି

ଛନଛନ ଝିଣ୍ଟିକା 

ନୁଆଣିଆଁ ଚାଳ ଘରେ

କନକନ ପ୍ରେମିକା ।

ଆନମନା ଭୁଆସୁଣୀ 

ଅମାନିଆଁ ବୀଥିକା 

ଚପଳା କିଶୋରୀ ରୁଷି

ସାଉଁଟୁଛି କାଗଜର ନଉକା ।



Rate this content
Log in