ଭାରି ଭଲ ଲାଗେ
ଭାରି ଭଲ ଲାଗେ
ଭାରି ଭଲ ଲାଗେ
ବୋଉ ମୋର ଯେବେ
ଚାହିଁ ବସିଥାଏ ବାଟ
ମୋ ମନର କଥା
ସହଜେ ବୁଝେ ସେ
ଖୋଲିବା ଆଗରୁ ଓଠ ।
ଭାରି ଭଲ ଲାଗେ
ମୋ ବୋଉର ଗେଲ୍ଲ
ବୁଝେ ମୋର ଭଲମନ୍ଦ
ତା ମିଠା କଥାରେ
ଭରିଯାଏ ମୋର
ବିରସ ମନେ ଆନନ୍ଦ ।
ଭାରି ଭଲ ଲାଗେ
କିଏ ଯଦି କେବେ
କରଇ ମୋତେ ଆକଟ
ସେନେହ ଡୋରିରେ
ସତେ ବାନ୍ଧି ଥାଏ
ପୁରିଯାଏ ମୋର ପେଟ ।
ଭାରି ଭଲ ଲାଗେ
ମୋ ବାନ୍ଧବୀ ଯେବେ
ଦିଏ ଛୋଟ ଉପହାର
ମିଳିଯାଏ ମୋତେ
ସ୍ବର୍ଗୀୟ ଆନନ୍ଦ
ଲାଗେ ଅତି ଆପଣାର ।
ଭାରି ଭଲଲାଗେ
ଜେଜେ ମାଆ ମୋର
ପୋଛି ଦେଲେ ଆଖିଲୁହ
ଅଝଟ ମନ ମୋ
ବୁଝିଯାଏ ସବୁ
ପାଇଁ ତା ଆଦର ସ୍ନେହ ।
ଭାରି ଭଲ ଲାଗେ
ପ୍ରିୟା ଯେତେବେଳେ
ବୁଝେ ମନତଳ ବ୍ୟଥା
ଇଛା ହୁଏ ଯାଇ
ବାଣ୍ଟି ଦେବି ତାରେ
ମୋ ମନ ଅକୁହା କଥା ।
ଭାରି ଭଲ ଲାଗେ
ମୋ ଭଉଣୀ ଯେବେ
ମିଛେ ଲୁଚେ ବାରମ୍ବାର
ତା ମନ ର ରାଗ
ଦୁରେଇ ଦେବାକୁ
ପ୍ରାଣ ହୁଅଇ ଅଧୀର ।
ଭାରି ଭଲ ଲାଗେ
ଦେବଦାସୀ ହୋଇ
ଢାଳି ଦେବି ମଧୁପ୍ରୀତି
ମନ ସିନ୍ଦୁକ ରେ
ସାଇତି ରଖିବି
କେତେ ଅପାଶୋରା ସ୍ମୃତି ।
