ବାସି ପଖାଳ
ବାସି ପଖାଳ


ମାଟି ହାଣ୍ଡିର ବାସି ପଖାଳ
ବାଢିକି ଦିଏ ମା' ସହଳ
ପିଆଜ ଖଣ୍ଡେ ଲଂକା ଦି କଳ
ଲୁଣ ସଡୁଆ ଠେଲେ ସଜଳ
ଶାଗ ଖରଡ଼ା ଗରମ ମେଞ୍ଚା
ଗୁଣ୍ଡା କୁ ଗୁଣ୍ଡା ପାଟିକୁ ଖେଞ୍ଚା
ବାଇଗଣ ପୋଡା ଗିନାର ତଳ
ମିଳେ ଅଳପ ଗହଳି ଘର
ବଡ଼ି ଚୋରା କି ଶୁଖୁଆ ପୋଡା
ପାଟିରୁ ବହେ ଲାଳର ଝର
ଆମ୍ଭୁଲ ଫଡ଼ା ଚୂଡ଼ା ଧାନୁଆ
ପଖାଳ ପଶେ ଭାରି ଛାନିଆ
କାକୁଡ଼ି ଦି'ଖଣ୍ଡ ପରିବା ଭଜା
ଗେମ୍ଫି ଦିଏ ମୁଁ ଲାଗ ମଜା
ଚୁନା ମାଛର ଭଜା ବେସର ରାଇ
ବେଲେ ଦି ବେଲା ଜଣାହିଁ ନାହିଁ
ଚିଙ୍ଗୁଡ଼ି ମାଛ ପତର ପୋଡା
.. ଘୁଙ୍ଗୁଡ଼ି ମାରେ ଯୁବାନ ବୁଢ଼ା
ଧଉଡ଼ି ମାଛ ତାଟିଆ ବସା
ପୁଲକ ଆଣେ ନାକ ତରସା
ବେଳେ ଠୁଙ୍କିଲେ ହିକୁଟି ଆସେ
ନିଶ ଉପରେ ଧଳା ପରଶେ
ପିଢ଼ା ଉପରେ ସରାଗେ ବସି
ପଖାଳ ଖାଉ ସଭିଏଁ ହସି
ଓଡ଼ିଆ ପୁଅର ଚିର ସହଚର
ଦେଶେ ବିଦେଶେ ମଣେନା ପର
ସକାଳୁ ଖାଇ କୃଷକ ଭାଇ
କ୍ଷେତକୁ ଯାଏ ଲଙ୍ଗଳ ନେଇ
ଖରା ବରଷା ଶୀତ କାକର
ପେଟେ ପଡ଼ିଲେ ନଥାଏ ଡର
ଘର ଚାଉଳ ଗଡ଼ିଆ ପାଣି
. ବହଳ ହୁଏ କାଞ୍ଜି ତୋରାଣୀ
ସହରୀ ଜୀବନ ପଖାଳ କଂସା
ମନ ହୁଏନା ଉଡଇ ହଂସା
ପ୍ୟାକେଟ ଚାଉଳ ପଖାଳ ନୀର
ଗନ୍ଧ ବହୁତ ମନ ବେକାର
ଲେମ୍ବୁ ଫାଳେ ହୁଏ ଜରୁରୀ
କେଞ୍ଚଡ଼ା ଫସକା ମନ କଟୁରୀ
ତୋରାଣୀ ବେଲେ ବାସି ପଖାଳ
କେବେ ମିଳିବ ମନ ଆମ୍ବିଳ
କେବେ ହଟିବ କରେ।ନା କାଳ
ସହଳ ଯିବା ଗ୍ରାମ ସକଳ
ମା' ହାତ ବଢା ପଖାଳ ଙ୍କସା
ଖାଇବି ପେଟେ ପୂରିବ ମୋ ଆଶା ।