Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

4  

Manorama Mohanty

Others

ବାପା

ବାପା

1 min
488



କେଉଁ ଦୁନିଆଁର ମହାର୍ଘ୍ୟ ଜିନିଷ 

   ତୁମକୁ ଦେବି ମୁଁ ଆଣି 

ତୁମେ ତ ମୋ ପାଇଁ କୋଟି ଐଶ୍ଵର୍ଯ୍ୟ 

  ମୋ ପ୍ରାଣ ପରଶମଣି |


ତୁମରି ଅଙ୍ଗୁଳି ଦେଖାଇଛି ମୋତେ 

 ଏ ସାରା ବିଶ୍ୱର ନୀତି 

ପରଶେ ଦେଇଛ ଅଦୃଶ୍ୟ ଚେତନା 

 ତୁମେହିଁ ମୋ ଗତି ମୁକ୍ତି |


ତୁମେ ପାଶେ ଥିଲେ କାହାକୁ ବା ଡର 

 କେ ନ ପାରନ୍ତି ପାଖ ମାଡି 

ତୁମ ନାମେ ମୋର ପରିଚୟ ଲେଖା 

 ଯିବିନି ମୁଁ ପଥହୁଡ଼ି |


ତୁମେ ଦେଇଥିବା ସଂସ୍କାର ସଂସ୍କୃତି 

 ଏ ଜୀବନେ ମନ୍ତ୍ର ହୋଇ 

ସାରା ସଂସାରରେ ଆଲୋକବର୍ତ୍ତିକା 

  ସାଜିବି ନିଶ୍ଚିତ ମୁହିଁ |


ତୁମ ହାତଗଢ଼ା ମାଟି ବୈକୁଣ୍ଠକୁ 

  ସଜାଡି ରଖିବି ମୁହିଁ 

ତୁମେ ଦେଖିଥିବା ଅଧୁରା ସ୍ୱପ୍ନକୁ 

  ସାକାର କରିବି ମୁହିଁ |


ସ୍ୱର୍ଗ ଠାରୁ ତୁମେ ଗରୀୟାନ ବାପା 

 ବିଶାଳ ହୃଦୟ ତୁମ 

ସେଇ ହୃଦୟରୁ କାଣିଚେ ସ୍ନେହକୁ 

 ମୋତେ ମିଳୁସାରା ଜନ୍ମ |


ଦୂରେଇ ରୁହନି ହେ ବାପା ମୋର 

 ଓହ୍ଲାଇ ଆସ ଅଚିରେ 

ରୁକ୍ଷ ଏ ପୃଥିବୀ ରୁଦ୍ଧିମନ୍ତ ହେବ 

  ତୁମେ ଆସିବା ଖୁସିରେ |


ତୁମେ ତ ମୋହର ଦ୍ଵିତୀୟ ଈଶ୍ୱର 

 ଆଶୀଷରେ ଭରେ ଭାଗ୍ୟ 

ତୁମ ପାଦତଳେ ମଥା ମୋର ଲୋଟୁ 

 ବାପା ତୁମେ ମୋର ଗର୍ବ |



Rate this content
Log in