ଅକାଟ୍ୟ ଅକଥା
ଅକାଟ୍ୟ ଅକଥା
ଅବୁଝା ଏ ମନ
ଅଲୋଡ଼ା ଜୀବନ
ଅମାନିଆଁ ଏଇ ଲୁହ
ଅଭୁଲା ସପନ
ଅସରନ୍ତି ଦିନ
ଅବୋଲକରା ଏ କୋହ ।
ଅଫେରା ପ୍ରେମର ସୁଅ ।
ଅବାଟ ଠିକଣା
ଅନେକ ଯାତନା
ଅଛିଣ୍ଡା ପ୍ରେମର ପାଠ
ଅଜାଗାର କ୍ଷତ
ଅଭୁଲା ଅତୀତ
ଅଲିଭା ମନ ସିଲଟ ।
ଅଜାଣତେ ଦିଏ କଷ୍ଟ ।
ଅଳପ ଆଘାତେ
ଅନେକ ଯନ୍ତ୍ରଣା
ଅଧା ଶୁଖି ଥିବା ଘା'
ଅତିଶୟ ଦୁଃଖ
ଅବିଶ୍ବାସେ କେବେ
ଅନୁଜା ହୋଇଲେ ଯା' ।
ଅଣାୟତ ସୁଖ ବା' ।
ଅଦିନ କୁହୁଡ଼ି
ଅବେଳରେ ଝଡ଼ି
ଅସମୟେ ନଈ ବଢ଼ି
ଅଜଣା ଅତିଥି
ଅସତ ସମ୍ପତ୍ତି
ଅଢଙ୍କା ସାପର ପେଡ଼ି ।
ଅକାଳକୁ ଆଣେ ଭିଡ଼ି ।
ଅକାରଣେ ଯୁକ୍ତି
ଅଯଥା ଅଶାନ୍ତି
ଅକଥାରେ କଥା ହେଲେ
ଅଧିକ ପୀରତି
ଅଶ୍ରୁର ସାରଥି
ଅନ୍ତରୁ ଅନ୍ତର କଲେ
ଅଧା ବାଟେ ଛାଡ଼ି ଗଲେ ।
ଅପାତ୍ରରେ ଦାନ
ଅନ୍ଧାରେ ଭୋଜନ
ଅସାଧୁ ପ୍ରେମେ ବନ୍ଧନ
ଅବିଦ୍ୟା ଗ୍ରହଣ
ଅସ୍ଥାନେ ଗମନ
ଅଯାଚିତ ସନମାନ ।
ଅବୋଧରେ ଅପମାନ ।