STORYMIRROR

Dr.Arundhati Mohanty

Others

4  

Dr.Arundhati Mohanty

Others

ଆସିଲା ରଜ(ହାଇକୁ)

ଆସିଲା ରଜ(ହାଇକୁ)

1 min
323


ଓଡ଼ିଶା ସାରା

ଚକୁଳି ପୋଡପିଠା

ବାସ୍ନା ନିଆରା ।



ଆସିଛି ରଜ

ନୂଆ ବୋହୂର ଭାର

ଚାଲିଛି ବାଣ୍ଟ ।


ଲାଗିବ ଦୋଳି

ଚାଲିଛି ଗଛ ଖୋଜା

ସହରୁ ପଲ୍ଲୀ ।


କିଏ ଖେଳୁଛି

ଖାଲି ପଡ଼ିଛି ଦୋଳି

ଟିଭି ଚାଲୁଛି ।


ରଜ ଶୁଭେଚ୍ଛା

ମୋବାଇଲ୍ ରେ ଭିଡ଼

ନିଆରା ମଜା ।


ଓଲଟା ରୀତି

ବିଦେଶିଆ ଭୁଲେ ଗାଁ

ସହରେ ମସ୍ତି।



Rate this content
Log in