STORYMIRROR

Panchanan Jena

Others

3  

Panchanan Jena

Others

ଆଶା

ଆଶା

1 min
252

ତୁମେ ସବୁ ଭାବୁଥିବ

ମନେ ମନେ କହୁଥିବ

କପାଳରେ ହାତଦେଇ

ଝାଳ ସବୁ ପୋଛୁ ପୋଛୁ କେତେ କ’ଣ ଗପୁଥିବ ।

 କାହିଁ ପହଞ୍ଚିବଣି ଝିଅ-ଭଉଣୀର ପାଦଦେଶେ

ଆଶାଲତା – ଆଶାରାଣୀ –ଆଶାମଣିର ପାଶେ ।

ଗୁନ୍ଥି ଚାଲିଥିବ ଆଶାସୂତାରେ ଚିନ୍ତାର ଚୈତାଳି

ମାତ୍ର !

ସେ ନୁହେଁ ତୁମ ଶେଫାଳି ବାର୍ନାଳି

ପାହାନ୍ତିଆ ପହରର ଖାଟା ମିଠା କବାଲି ।

ଆଶା ଏକ ମାନବିୟ ଭାବନାର ସ୍ରୋତ

ଭବିଷ୍ୟତ ଲକ୍ଷ୍ୟ ପାଇଁ କରେ ହିଁ ପ୍ରେରିତ

ନୀତି ଆସେ ନୀତି ଯାଏ

କୂଳ ଲଙ୍ଘି ମଗଜକୁ ଚଢିଯାଏ ।

କେବେ ଆଣେ ସାତରଙ୍ଗ ଇନ୍ଦ୍ରଧନୁର

କେବେ ପୁଣି ପ୍ରବଞ୍ଚନା ମରୀଚିକାର

କେବେ ସେ ଗରିବ ଅମୀର ଫକିର

ନର ନାରୀର ପାଚେରୀ

ସ୍ମିତ ହାସ୍ୟ ଆଣିଦିଏ

ଆପେ ଆପେ ହସେଇଦିଏ

ପାଗଳାମି ଚଗଲାମିର ଆସର ମେଲେଇ

ସବୁକିଛି ନେଇଯାଏ କେମିତି କଣେଇ କଣେଇ

ଆଶା ହିଁ ଭବିଷ୍ୟତ

ଉର୍ଦ୍ଧ୍ବଗାମୀ ସୋପାନର ପ୍ରଥମ ସିଢି

ହେ ମୂଢ ମାନବ

କର ମନକୁ ଆଶାର ମିନାର

କର ତାକୁ ଦୁଃଖ ସୁଖର ସହୋଦର

ଦେଖ !

ସଫଳତା ଖୋଲିଲାଣି ଆଶାଦୁର୍ଗର ଦ୍ଵାର । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍