ଆସ ମା ଅବତରୀ
ଆସ ମା ଅବତରୀ
1 min
216
ଜୟ ମା ଦୁର୍ଗେ ଦୁର୍ଗତି ନାଶିନୀ
ଆସ ତୁମେ ଅବତରୀ
ଆସ ଅବତରୀ ଏ ଧରା ଧାମକୁ
କୃପାମୟୀ କୃପାକରି ।
ଘୋର ସଂକଟରେ ପଡ଼ିଛି ସଂସାର
ସାରା ବିଶ୍ବରେ ଯେ ପଡେ଼ ହାହାକାର
ସଂକଟ ନାଶିନୀ ମହିଷା ମର୍ଦ୍ଦିନୀ
ଢାଳି ଦିଅ କୃପା ବାରି ।
ଆଗମନୀ ତବ ମଙ୍ଗଳ ଗୀତିକା
ଗାଉଛି ପଦେ ସୁମରି
ହୈମବତୀ ମାଗୋ ଶିବାନୀ ଭବାନୀ
ଦିଅ ମୋ ଅଞ୍ଜଳି ଭରି ।
ତୁମ ବିନା ଆଉ କେହି ନାହିଁ ସାହା
ଏ ଘୋର ବିପଦେ କରିବାକୁ ଆହା
ତ୍ରୀଶୁଳ ଧାରିଣୀ ଦେବୀ କାତ୍ୟାୟନୀ
ଆସ ବାରେ ଖଡ୍ଗ ଧରି |
