Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

3  

Manorama Mohanty

Others

ଆକୁଳତା

ଆକୁଳତା

1 min
359


ହେ ମାଆ ଦୁର୍ଗତିନାଶିନୀ, ସଙ୍କଟହାରିଣୀ, ମହିଷାମର୍ଦ୍ଦିନୀ ବିଶ୍ୱ ବିମୋହିନୀ ଦୁର୍ଗେ

ତୁମରି ଆଗମନୀ ରେ, ତୁମରି ଯାଦୁଗରୀ ଖେଳ ରେ

ଯେମିତି ଓଡିଶାବାସୀ ହାରି ନ ଯାନ୍ତି!

ଏକ ସୂକ୍ଷ୍ମ ଆଲୋକ ଅନ୍ତରାଳେ

ସମଗ୍ର ପୃଥିବୀକୁ ଆଲୋକିତ କର |

ମହାମାରୀ ପ୍ରପୀଡ଼ିତ ପ୍ରତ୍ୟେକ ମନୁଷ୍ୟଙ୍କୁ ମୁକ୍ତି ମୃଣ୍ମୟ କର,

ଅହଙ୍କାରୀ କରୋନା ଟା

ସବୁରି ଜୀବନୁ ଅପସରି ଯାଉ |

ମନ ଖୋଲି ହସୁ ଏ ପୃଥିବୀ ନୂତନ ରୂପରେଖ ନେଇ,

ତୁମରି ପୂଜାରେ ବିହ୍ଵଳ ହୋଇ ଉଠୁ ଭକ୍ତ,ତୁମରି ନିଃସର୍ଗ 

 ପ୍ରେମ ରେ, ଆକୁଳ ଆବେଦନ ରେ ପୁନଃପ୍ରାଣ ଲାଭ କରୁ ଭକ୍ତ,

ସମସ୍ତ ଘାତ ପ୍ରତିଘାତ ର ଅନ୍ତ ହେଉ,

ସୁଖ ମୁଗ୍ଧ ର ପରିସର ମଧ୍ୟରେ ନିରୋଗତା ଭରିଯାଉ,

ଆଶଙ୍କା ରେ ଛଟପଟ ହେଉଥିବା ଜନଜୀବନ ର ଦୁର୍ଦ୍ଦଶା ଦୂର ହେଉ,

ସବୁରି ହୃଦୟରୁ ଦୁଃଖ ର କଳାବାଦଲ ଅପସରି ଯାଉ |

ହେ ବିଶ୍ୱଜନନୀ,

ଆଉ ବିଳମ୍ବ କରନି,

ସବୁ ହୃଦୟକୁ ସିକ୍ତକର,ସକଳ ବାସନା ପୂର୍ଣ୍ଣ କର ତୁମ ଅମୃତ ପ୍ରେମ ସମ୍ଭାଷଣେ ।


Rate this content
Log in