ଆକୁଳତା
ଆକୁଳତା
ତୁମର ସେହି ଯାଦୁଗରୀ ଖେଳ ରେ
ଯେମିତି ଓଡିଶାବାସୀ ହାରି ନ ଯାନ୍ତି!
ଏକ ସୂକ୍ଷ୍ମ ଆଲୋକ ଅନ୍ତରାଳେ
ସମଗ୍ର ପୃଥିବୀକୁ ଆଲୋକିତ କର |
ମହାମାରୀ ପ୍ରପୀଡ଼ିତ ପ୍ରତ୍ୟେକ ମନୁଷ୍ୟଙ୍କୁ ମୁକ୍ତି ମୃଣ୍ମୟ କର,
ଅହଙ୍କାରୀ କରୋନା ଟା
ସବୁରି ଜୀବନୁ ଅପସରି ଯାଉ |
ମନ ଖୋଲି ହସୁ ଏ ପୃଥିବୀ ନୂତନ ରୂପରେଖ ନେଇ,
ଶ୍ରୀକ୍ଷେତ୍ର ଉଛୁଳି ଉଠୁ ଭକ୍ତ ର ଭାବାବେଗ ରେ,
ନିଃସର୍ଗ ପ୍ରେମ ରେ, ଆକୁଳ ଆବେଦନ ରେ |
ସମସ୍ତ ଘାତ ପ୍ରତିଘାତ ର ଅନ୍ତ ହେଉ,
ସୁଖ ମୁଗ୍ଧ ର ପରିସର ମଧ୍ୟରେ ନିରୋଗତା ଭରିଯାଉ,
ଆଶଙ୍କା ରେ ଛଟପଟ ହେଉଥିବା ଜନଜୀବନର ଦୁର୍ଦ୍ଦଶା ଦୂର ହେଉ,
ସବୁରି ହୃଦୟରୁ ଦୁଃଖ ର କଳାବାଦଲ ଅପସରି ଯାଉ |
ହେ ବିଶ୍ୱକାରିଗର!
ଆଉ ବିଳମ୍ବ କରନି, ସବୁ ହୃଦୟକୁ ସିକ୍ତକର,
ସକଳ ବାସନା ପୂର୍ଣ୍ଣ କର ତୁମ ଅମୃତ ପ୍ରେମ ସମ୍ଭାଷଣେ ll
