STORYMIRROR

Manorama Mohanty

Others

4  

Manorama Mohanty

Others

ଆହେ ଜ୍ଞାନେଶ୍ବର

ଆହେ ଜ୍ଞାନେଶ୍ବର

1 min
152


ଆହେ ଜ୍ଞାନେଶ୍ବର ସର୍ବ ବିଘ୍ନହର 

   ତୁମେ ହିଁ ତ ପ୍ରଭୁ ପାର୍ବତୀ ନନ୍ଦନ 

ମୋ ଈଷ୍ଟ ଠାକୁର ପ୍ରଭୁ ଲମ୍ବୋଦର 

  ଗଜାନନ ପ୍ରଭୁ ମୂଷିକ ବାହାନ ।


ତୁମେ ଅଟ ପ୍ରଭୁ ବିଘ୍ନ ବିନାଶକ 

  ଦୁଃଖ ହରଣ ତୁମେ ବିଦ୍ୟାଧର 

ଅସୀମ ଜ୍ଞାନ ଗାରିମା ଅଧିକାରୀ 

 ଆହେ ବିଦ୍ୟାପତି ଅଞ୍ଜନା କୁମର ।


ସଙ୍କଟ ହରଣ ପ୍ରଭୁ ବିନାୟକ 

 ଅଜ୍ଞାନ ତିମିର ହର ହେ ଗଣେଶ 

ଯୋଡ଼ହସ୍ତେ ଆଜି ଡାକୁଛି ତୁମକୁ 

  ଦୂର କରିଦିଅ ଅନ୍ତରୁ କଳୁଷ ।


କର୍ମ ମଧ୍ୟେମୋତେ ବାନ୍ଧିରଖ ପ୍ରଭୁ 

  ଥିବାଯାଏ ମୋର ଟିକକ ପ୍ରାଣ 

ସର୍ବ କର୍ମ ଅନ୍ତେ ଅଦୁଃଖେ ନିଅ ହେ 

 କହୁ କହୁ ମୁଖେ ତୁମରି ନାମ ।


ଛୁଟିଯାଉ ଜ୍ଞାନ ଆନନ୍ଦ ପ୍ରବାହ 

 କରି ଓ କରାଇ ସଭିଙ୍କୁ ତୁଷ୍ଟ 

ସର୍ବାନନ୍ଦେ ମୋର ସନ୍ତୋଷ ଉପୁଜା 

 କଦାପି ନ ହୁଏ ଅନ୍ୟରେ ରୁଷ୍ଟ ।


ଦୃଷ୍ଟବୁଦ୍ଧି ମୋର ପ୍ରଭୁ ହରିନିଅ 

 ଅଳିକ ସୁଖ ରେ ନ ଲଗା ମାୟା 

ତୁମ ଛଡ଼ା ପ୍ରଭୁ କିଏ ଅଛି ମୋର 

 ହୋଇବ କି ପାରିବ ଅଦିନେ ସାହା ।


ସର୍ବେ ବିଚାରନ୍ତି ନିଜ ନିଜ କର୍ମେ  

  ଉଚିତ ଯା ନୀତି କର୍ତ୍ତବ୍ୟ ଗୁଣେ 

କେବଳ ମନକୁ ସୁଧାରନ୍ତୁ ସର୍ବେ 

  ବନ୍ଧନ ମାଧ୍ୟମେ କର୍ତ୍ତବ୍ୟ ଟାଣେ 


ମାଗୁନାହିଁ ପ୍ରଭୁ ଐଶ୍ବର୍ଯ୍ୟ, ସମ୍ପଦ 

  ଜୟ ଗାରିମାର ଦମ୍ଭ ଓ ଦୀପ୍ତି 

ମାଗୁଣି କେବଳ ସତକର୍ମ, ସୁଭକ୍ତି 

  ଜ୍ଞାନ,ଅନୁରାଗ, ସୁ ଅନୁରକ୍ତି ।


ଜ୍ଞାନ ଓ ଭାବନା ଲେଖନୀ ଚାଳନା 

 ତୁଳୀ ର ମୋହନ ରୁଚ୍ୟାଭିନୟ 

ହେଉ ମୋ ଜୀବନ ଶାନ୍ତି ର କାରଣ 

  କର ଉମାପୁତ୍ର ତଦାନୁଗ୍ରହ ।



Rate this content
Log in